pr

ତୃତୀୟ ପର୍ଯ୍ୟାୟରେ ଡେଲାଙ୍ଗରେ ୯ଟି ବିଦ୍ୟାଳୟ ୫ଟି ରୂପାନ୍ତରିତ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧୀନସ୍ଥ ୯ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ରୂପାନ୍ତରିତରେ ନିଆଯାଇଥିବା ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ହାକପଡାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଲକଣାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଖଣ୍ଡିମଙ୍ଗଳପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସିଂହବରହମପୁର ଉତ୍କଳ ଗୌରବ ବିଦ୍ୟା ନିକେତନ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଡିପୁଟ ମାଟିଆପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଂଗଲର ବରାହୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦାର କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟକୁ ୫ଟି ବିଦ୍ୟାଳୟ ରୂପାନ୍ତରିକରଣ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସବୁ ବିଦ୍ୟାଳୟ ଗୁଡିକୁ ୩୫ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯିବ । ପୂର୍ବରୁ ଡେଲାଙ୍ଗ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୪ଟି ଓ ଦ୍ଵତୀୟ ପର୍ଯ୍ୟାୟରେ ୮ଟି ଉଚ୍ଚ ବିଦ୍ୟାଳୟକୁ ୫ଟି ରୂପାନ୍ତରୀତ ହୋଇଥିଲା ।

nrusinghnath
Leave A Reply

Your email address will not be published.