oom

ବାସନ୍ତିକା ନବରାତ୍ର ପୂଜା ପାଇଁ ଉପଜିଲ୍ଲାପାଳଙ୍କ ଜରୁରୀ ଘୋଷଣା : କେବଳ ବିଧି ରକ୍ଷା ପାଇଁ ହେବ ପୂଜା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାସନ୍ତିକା ନବରାତ୍ର ପୂଜା ପାଇଁ ଜରୁରୀ ଘୋଷଣା କଲେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତରର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାକର ନାୟକ ଜରୁରୀ ଘୋଷଣା କରିଛନ୍ତି । ଘୋଷଣାରେ ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ, ପୂଜକ, ମନ୍ଦିର କମିଟି ସଦସ୍ୟ ଏବଂ ଜନସାଧାରଣଙ୍କୁ ଅବଗତ କରାଯାଇଛି ଯେ, ଆସନ୍ତା ତା.୧୨/୦୪/୨୦୨୧ ଠାରୁ ତା୨୧/୦୪/୨୦୨୧ ଶ୍ରୀରାମନବମୀ ପର୍ଯ୍ୟନ୍ତ ଚୈତ୍ର ମାସ ବାସନ୍ତିକା ନବରାତ୍ର ପୂଜା ମହାମାରୀ କରୋନା ସଂକ୍ରମଣ ମୁକାବିଲା କଟକଣା ଜାରି ରହିଥିବାରୁ ତଥା ରାଜ୍ୟ ସରକାରଙ୍କ କୋଭିଡ-୧୯, ତା.୦୧/୦୪/୨୦୨୧ ଗାଇଡ଼ ଲାଇନ୍‌ ଅନୁଯାୟୀ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଦେବୀ ମନ୍ଦିର ମାନଙ୍କରେ ନିରାଡମ୍ବର ସହକାରେ ବିନା ଭକ୍ତ ଜନସମାବେଶରେ କେବଳ ପରମ୍ପରା ଏବଂ ବିଧି ରକ୍ଷା ପୂର୍ବକ ଅନୁମତିପ୍ରାପ୍ତ ମନ୍ଦିର ପୂଜକ (୧୦ ଜଣରୁ ୧୫ ଜଣ)ଙ୍କୁ ନେଇ ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ମାସ୍କ ପରିଧାନ କରି ରୀତିନୀତି ଅନୁଯାୟୀ ପୂଜା ଆୟୋଜନ କରିବେ । ମହାମାରୀ କରୋନା ସଂକ୍ରମଣ ଏଡାଇବା ସକାଶେ ଦେବୀ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏଥି ସକାଶେ ବଲାଙ୍ଗିର ସହର ଏବଂ ଉପଖଣ୍ଡର ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।

jittmm
Leave A Reply

Your email address will not be published.