ଅସହାୟ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ

ତୁରେକେଲା, (କୈଳାଶ ସଗ୍ରିଆ) : ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହଖଣ୍ଡ କଦଳୀପାଲି ଗାଁର ଦେବକୀ ଧରୁଆ ଜଣେ ଅସହାୟ ବିଧବା ମହିଳା ଅଟନ୍ତି । ପ୍ରାୟ ଏକ ବର୍ଷ ହେବ ନିଜ ସ୍ବାମୀ ଲଲିତ ଧରୁଆ ମଧୁମେହ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱାମୀର ମୃତ୍ୟୁ ପରେ ବର୍ତ୍ତମାନ ଦେବକୀ ଦୈନିକ କୁଲିମଜୁରୀ କରି ନିଜର ଚାରୋଟି ଛୁଆ ପିଲାଙ୍କୁ ପାଳନ ପୋଷଣ କରୁଛନ୍ତି । ବିଧବା ଭତ୍ତା ପାଇବା ଆଶାରେ ଅନେକ ଥର ସରପଞ୍ଚକୁ ଜଣାଇଥିଲେ ସୁଦ୍ଧା ଏଯାଏଁ ତାଙ୍କୁ ଭତ୍ତା ମିଳିନାହିିଁ ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ପାଖରେ ରହିବାକୁ ଗୃହ ଟିଏ ମଧ୍ୟ ନାହିଁ । ଜରି ପଲିଥିନ୍ ଢାଙ୍କି ଫଟା ମାଟି କୁଡିଆରେ ଦିନ ବିତାଉ ଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ଦୃଷ୍ଟି ଦେଇ ନିରିହ ବିଧବା ମହିଳାଙ୍କ ସମସ୍ୟାର ସମାଧାନ କରିବା ପାଇଁ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.