ବଲାଙ୍ଗିରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉଠାଜଳସେଚନ ବିଭାଗ, ବଲାଙ୍ଗିର ବିଭାଜନ ତରଫରୁ କଲେଜ ଛକ କଲ୍ୟାଣ ମଣ୍ଡପଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୪ ବଲାଙ୍ଗିର ବିଭାଜନର ନିର୍ବାହୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାର କୃଷି ଓ କୃଷକର ବିକାଶରେ ଜଳସେଚନର ଭୂମିକା ଓ ଉଠାଜଳସେଚନ ମାଧ୍ୟମରେ ବଲାଙ୍ଗିରର ଚାଷୀ କିପରି ବିକାଶ କ୍ଷେତ୍ରରେ ଆଗକୁ ବଢିଛନ୍ତି ତାହା ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥିଭାବରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡକ୍ଟର ସତ୍ୟମୟ ଶତପଥୀ, ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ, ଉଦ୍ୟାନକୃଷି ଅଧିକାରୀ ତୀର୍ଯ୍ୟକ କୁମାର ଦାଶ ଅତିଥି ଭାବରେ ଯୋଗ ଦେଇଥିଲେ । ସଭାକୁ ଉଠାଜଳସେଚନ ବିଭାଗର ସହକାରୀ ହିସାବ ରକ୍ଷକ କିରଣବାଳା ସାହୁ ସଂଯୋଜନା କରିଥିବା ବେଳେ ଉଠାଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅମୃତ କୁମାର ବାଗ, ଇଂ. ଅପର୍ଣ୍ଣା ମିଶ୍ର ଓ ଉଦ୍ୟାନ କୃଷି ଅଧିକାରୀ ସୁଚୀସ୍ମିତା ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.