om academy

ଆସିଲା ଖରାମାସ : ପାଣି ସମସ୍ୟା ଭୋଗିଲେଣି ମହଲାଇବାସୀ

jsm

. କୁଆଁ ପାଣି ୧୫ମିନିଟରେ ସରୁଛି
. ପାଣି ସଂଗ୍ରହକୁ ନେଇ ମହିଳାଙ୍କ ମଧ୍ୟରେ ବଢୁଛି ଝଗଡା

ଦେଓଗାଁ, (ମନୀଷ କୁମାର ସାହୁ) : ଆସିଗଲା ଖରା ମାସ । ବଢିଲାଣି ଖରାର ତାତି ଓ ଗ୍ରାମାଞ୍ଚଳରେ ଦେଖାଦେଲାନି ପାନୀୟ ଜଳ ସମସ୍ୟା । ଏଭଳି ଭାବେ ପାଣି ସମସ୍ୟା ଭୋଗିଲେଣୀ ଦେଓଗାଁ ବ୍ଲକ ମହଲାଇ ଗ୍ରାମବାସୀ । ଦିନକୁ କେବଳ ୧୫ ମିନିଟରୁ ଅଧଘଣ୍ଟା ପାନୀୟ ଜଳ ଯୋଗାଣ ହୋଇଥାଏ । ଯାହାଫଳରେ ଏବେଠାରୁ ଗାଁରେ ପାଣି ସମସ୍ୟା ଦେଖାଗଲାଣି, ଆଗକୁ ଖରା ମାସରେ ପାଣି ପାଇଁ ଗାଁରେ ଲୋକେ ହନ୍ତସନ୍ତ ହେବା ସନ୍ଦେହ ସୃଷ୍ଟି ହେଉଛି । ଏବେ ପ୍ରତିଦିନ ପାଣି ସଂଗ୍ରହ ବେଳେ ଗାଁର ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଦେଓଗାଁ ବ୍ଲକ ମହଲେଇ ଗାଁକୁ ନିକଟରେ ଥିବା ଏକ ଜୋରରେ ୧୦ଫୁଟର ଗୋଟିଏ କୁଆଁ ଖୋଲି ମଟର ଲଗାଇ ସେଠାରୁ ପାନୀୟ ଜଳ ଯୋଗାଯାଇଥାଏ । ବର୍ଷାମାସରେ ସେହି କୁଆଁରେ ପାଣି ରହୁଥିବାରୁ ବର୍ଷା ଓ ଶୀତମାସ ପାନୀୟ ଜଳ ଯୋଗାଣରେ ସହାୟକ ହୋଇଥାଏ । ହେଲେ ଖରାମାସ ଆସିଲେ ସେହି କୁଆଁରେ ଅଧିକ ପରିମାଣରେ ପାଣି ବାହାରୁ ନଥିବାରୁ ଶୀଘ୍ର ପାଣି ସୁଖି ଯାଉଛି । ଫଳରେ ମହଲାଇ ଗାଁକୁ ପାଣି ଯୋଗାଣରେ ଅସୁବିଧା ହୋଇଥାଏ । ଚଳିତ ବର୍ଷ ଖରା ମାସ ଆସିବା ପୂର୍ବରୁ ମହଲାଇ ଗାଁରେ ପାଣି ସମସ୍ୟା ଦେଖାଗଲାଣି । ଜଳ ଯୋଗାଣ ବେଳେ ମାତ୍ର ୧୫ ମିନିଟରୁ ଅଧଘଣ୍ଟା ମଧ୍ୟରେ ଜୋରର ପାଣି ସୁଖି ଯାଉଥିବାରୁ ପାଣି ବନ୍ଦ ହୋଇଯାଇଥାଏ । ଯାହାଫଳରେ ଗାଁର ମହିଳାମାନେ ପର୍ୟ୍ୟାପ୍ତ ପରିମାଣରେ ପାଣି ପାଇ ପାରୁନାହାନ୍ତି । ଫଳରେ ନିଜ ନିଜ ମଧ୍ୟରେ ଝଗଡା ଲାଗୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଖରା ମାସ ପୂର୍ବରୁ ମହଲାଇକୁ ପର୍ୟ୍ୟାପ୍ତ ପରିମାଣରେ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି । ଏହାସହ ଗାଁରେ ଗୋଟିଏ ହେଲେ ନଳକୁଆଁ ନ ଥିବାରୁ ପଞ୍ଚାୟତ ପକ୍ଷରୁ ନଳକୁଆଁ ଯୋଗାଇ ଦେବାକୁ ଦାବୀ ହେଉଛି । ଏହାସହ ଗାଁରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିମ୍ନମାନର ହୋଇଥିବାରୁ ପାଣି ସଂଗ୍ରହ ସମୟରେ ଅଧିକାଂଶ ପାଣି ଗାଁ ଦାଣ୍ଡରେ ପଡ଼ି ବହୁଛି । ଏହାକୁ ମରାମତି କରି ଷ୍ଟାଣ୍ଡପୋଷ୍ଟରେ ନୂଆଁ ଟେବ ଲଗାଇଲେ ଜଳର ସୁବିନିଯୋଗ ହୋଇପାରନ୍ତା ବୋଲି ଗ୍ରାମବାସୀଙ୍କ ନିକଟରୁ ପ୍ରକାଶ ପାଉଛି । ଏବେ ଠାରୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସମାଧାନ କରାଗଲେ ଆଗକୁ ଖରା ମାସରେ ପାଣି ସମସ୍ୟାରୁ ମହଲାଇ ଗାଁ ମୁକୁଳି ପାରିବ ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.