ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଦ୍ୱିତୀୟ ଦିନରେ ରାୟପୁରକୁ ହରାଇ ପ୍ରୟାଗରାଜ ଦଳ ସେମିରେ ଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବରେ ଛିନ୍ଦେଇକେଲା ପଞ୍ଚାୟତ ପୂର୍ବତନ ସମ୍ପାଦକ ଖାଡିଆ ସାହୁ ଓ ଜାମସେଠ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରମୋଦ ରାଏ ଯୋଗଦେଇ ଉଦଘାଟନ କରି ଖେଳ ଶୁଭାରମ୍ଭ କରିଥିଲେ । ରାୟପୁର ପ୍ରଥମ ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାଘବେନ୍ଦ୍ର ସିଂ ୫୧, ଏମ୍ ବିନି ସାମୁଏଲ ୪୬, ଶିବ ପାଣ୍ଡେ ୩୮, ଦିଗବିଜୟ ପଟେଲ ୩୧ ରନ ସଂଗ୍ରହ କରିଥିଲେ । ପ୍ରୟାଗରାଜ ଦଳ ପକ୍ଷରୁ ଏମ୍ଡି ଉମର, ଏମ କ୍ରିଷ୍ଣା ୨ ୱିକେଟ ଲେଖାଏଁ ନେଇ ଥିବାବେଳେ ଅନୁରାଗ ସିଂ, ଅଖିଳେଶ ଯାଦବ ୧ ୱିକେଟ ଲେଖାଏଁ ନେଇଥିଲେ । ୧୯୨ ରନ ବିଜୟ ଲକ୍ଷ୍ୟ ନେଇ ପ୍ରୟାଗରାଜ ଦଳ ୧୭.୩ ଓଭରରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଦଳ ପକ୍ଷରୁ ଏମ୍ଡି ଉମର ୬୨, ଦୀପଙ୍କର ସିଂ ୩୮, ଏମ୍ କ୍ରିଷ୍ଣା ୩୫ ଓ ବିକାଶ କୁମର ପଲ ୩୨ ରନ୍ ସଂଗ୍ରହ କରିଥିଲେ । ରାୟପୁର ଦଳରୁ ଏମ୍ ବିନି ସାମୁଏଲ, ଚିନ୍ମୟ ବିଶ୍ଵକର୍ମା ଓ ଶ୍ରୀଧର ଆୟର ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟାର ଚୁଡ଼ାମଣି ପାଢ଼ୀ ଓ ବିଶ୍ୱମ୍ବର ମହାକୁଡ଼ ଖେଳ ପରିଚାଳନା କରିଥିଲେ । ବୁନିଲ କୁମାର ସାହୁ, ରିଷଭ କୁମାର ସାହୁ, ଧିରେଶ କୁମାର ସାହୁ, ଅନୁପମ ସାହୁ ସ୍କୋରର ଥିବା ବେଳେ ତେଜରାଜ ଠାକୁର ଓ ଥବୀର ଦୀପ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଡ଼. ଲଳିତ ସାହୁ, ଯୁବ ବ୍ୟବସାୟୀ ତଥା ସମାଜସେବୀ ସୁଶାନ୍ତ କୁମାର ସାହୁ, ପାଇକମାଲ ଥାନା ଆଇଆଇସି କୈଳାସ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ପ୍ରୟାଗରାଜ ଦଳର ଏମ୍ଡି ଉମରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଉପଦେଷ୍ଟା ରୋହିତ ସାହୁ, ପ୍ରଶାନ୍ତ ସାହୁ, ହେମସାଗର ସାହୁ, ସ୍ୱତନ୍ତ୍ର ସାହୁ, ପ୍ରମୋଦ ସାହୁ, ବିନନ୍ଦ ସାହୁ, ଆନନ୍ଦ ସାହୁ, ମଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଶ୍ୱିନୀ ସାହୁ, ନରେଶ ସାହୁ, ରୂପକ ସେଠ, ଆଶିଷ ସାହୁ, ବିକାଶ ବେହେରା, ବିଲାଶ ବେହେରା, ସୁପିନ ସାହୁ, ପ୍ରକାଶ, ଆଦର୍ଶ ସାହୁ, ଆକାଶ ସାହୁ, ରାଜୁ, ଦୀପକ ସାହୁ, ସତ୍ୟ ସାହୁ, ଜୟକିଶୋର ସୁନା, ପିଣ୍ଟୁ ସାହୁ, କବିରାଜ ସାହୁ, ରବି ଭୋଇ, ପୁସ୍ତମ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ବିଶାଖାପାଟଣା ରେଲୱେ ଓ ପ୍ରୟାଗରାଜ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ ବୋଲି ଉପଦେଷ୍ଟା ରୋହିତ ସାହୁ ସୂଚନା ଦେଇଛନ୍ତି ।