jayashree

ସ୍ୱାଧୀନତାର ୭୪ ବର୍ଷ ପରେ ବି ପୋଲ ନିର୍ମାଣ ହେଲାନାହିଁ : ଭରାନଦୀ ପାର ହୋଇ ଯିବା ଆସିବା କରନ୍ତି ଲୋକେ

ମୟୁରଭଂଜ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୪ ବର୍ଷ ପରେ ବି ପୋଲଟିଏ ନାହିଁ । ନଦୀ ପାର ହୋଇ ଲୋକେ ଯିବା ଆସିବା କରନ୍ତି । ଏ କଥା ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କଥାଟି ନିହାତି ସତ । ମୟୁରଭଂଜ ଜିଲ୍ଲାର ଉଦଳା ବ୍ଲକ୍‌ ଅଧୀନସ୍ଥ ଗାଁ ବାଲମା । ଗାଁ ବାହାରକୁ ଆସିବାକୁ ହେଲେ ନଈ ପାର ହେବାକୁ ହୁଏ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ଗ୍ରାମର ଜନସାଧାରଣ ସ୍ୱାଧୀନତାର ସୁଆଦ ଚାଖି ପାରିନାହାନ୍ତି । ଜୁରୁରୀକାଳୀନ ସେବା ସେମାନଙ୍କ କପାଳରେ ନାହିଁ । ପ୍ରଶାସନ ପାଖରେ ଯାହା ଗୁହାରି କଲେ କେହି ଶୁଣୁ ନାହାନ୍ତି କହନ୍ତି ଗାଁ ଲୋକେ । କେବଳ ନିର୍ବାଚନ ବେଳେ ହିଁ ନେତାମାନେ ଆସନ୍ତି ଏବଂ ପ୍ରତିଶ୍ରୁତିର ଜୁମ୍‌ଲା ଦେଖାଇ ଚୁପ୍‌ ହୋଇଯାଆନ୍ତି ବୋଲି ମତ ଦିଅନ୍ତି ଜନସାଧାରଣ । କୌଣସି ପ୍ରତିଶ୍ରୁତି କାମ ଦିଏନାହିଁ, ସବୁ ଫୁସ୍‌ କରିଯାଏ । ଗ୍ରାମବାସୀଙ୍କ ଦୁଃଖ ଯେମିତିକୁ ସେମିତି ରହିଥାଏ । କାହାର ଦେହ ଖରାପ ହେଲେ ବି ଏଇ ସଂଜ ନଦୀ ପାର କରି ନେବାକୁ ହୁଏ । ସୂଚନା ଅନୁସାରେ, ଏଇ ନିକଟରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା ପାଇଁ ଭରା ନଦୀ ପାର କରିବାକୁ ପଡ଼ିଥିଲା । ତେବେ ଆମ୍ବଲାନ୍ସ ଆସି ନଈ ସେପଟେ ରୁହେ ଓ ଗାଁ ଲୋକେ ରୋଗୀକୁ ନଦୀ ପାର କରି ଆମ୍ବୁଲେନ୍ସ ସାହାଯ୍ୟରେ ଡାକ୍ତରଖାନା ନିଅନ୍ତି । ଏଭଳି ଅବସ୍ଥାରେ ପଡ଼ି ରହିଛି ଗାଁ । ଏହି ଗ୍ରାମର ଅଧିବାସୀଙ୍କୁ ଦୁଃଖ ଲାଘବ ପାଇଁ ସରକାର କେବେ ଚିନ୍ତା କରିବେ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.