ଭବାନୀପାଟଣାଠାରେ ନୂଆ ଓଡ଼ିଶା ଯୋଜନାର ଶୁଭାରମ୍ଭ

କଳାହାଣ୍ଡି, (ପିକେସାହୁ) : ଆଜି ଭବାନୀପାଟଣା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଦ୍ୱାରା ଭିଡ଼ିଓ କନଫରେନ୍‌ସିଙ୍ଗ ମାଧ୍ୟମରେ କରାଯାଇଥିଲା । ଏଥିରେ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, ନିର୍ଦେଶକ ରେଘୁ ଜି ଏବଂ ଦକ୍ଷତା ବିକାଶ ବିଭାଗର ଅନ୍ୟାନ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ । ଏହି ଯୋଜନା ମାଧ୍ୟମରେ ୧ ଲକ୍ଷ ଯୁବକଯୁବତୀମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ନିଯୁକ୍ତିକ୍ଷମ କରାଇବାର ଲକ୍ଷ ରଖାଯାଇଛି । ଏହା ବ୍ୟତୀତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି ପାଇଁ ଜିଲ୍ଲାମାନଙ୍କୁ ନୂଆ ଓଡିଶାରେ କ୍ଷମତା ପ୍ରଦାନ କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ସହଭାଗିତାରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଜଣ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲାର ଆଗାମୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଦିଶାନିର୍ଦେଶ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା । ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ସରକାରୀ ପଲିଟେକ୍ନିକର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସୁଯୋଗ୍ୟ ମିଶ୍ର , ବେଦାନ୍ତ ତରଫରୁ ଶିଶିର ତରଫଦର, ଅଭିନୟ ପ୍ରତାପ ଓ ୫୦ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!