pr

ବିଙ୍ଗ ହ୍ୟୁମାନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

dr. purohit

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍‌ନ୍ତଳା ବ୍ଲକ ମେହେରମୁଣ୍ଡା ଠାରେ ବିଙ୍ଗ ହ୍ୟୁମାନର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଲଳିତ କୁମାର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ଦୀପଦାନ ସହ ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିବା ବେଳେ ବିଙ୍ଗ ହ୍ୟୁମାନର ପୁଇଁତଳା ବ୍ଲକ କାର୍ୟ୍ୟାଳୟ ମେହେରମୁଣ୍ଡା ଠାରେ ଉଦଘାଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଗୃହରକ୍ଷୀ କମାଣ୍ଡେଣ୍ଟ କୁମୁଦ ସେଠ
ଗୋପାଲଜୀ ପାଣିଗ୍ରାହୀ, ଲୋଟସ ଷଡ଼ଙ୍ଗୀ, ପ୍ରଭାସ ପାଣିଗ୍ରାହୀ, ତ୍ରିପୁରାରି ପାଣିଗ୍ରାହୀ ଆଦି ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଆଶୁ ଆରୋଗ୍ୟ କାମନା କରିଥିଲେ । କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ଉପଦେଷ୍ଟା ଭଗବାନ ମିଶ୍ର‌ଙ୍କ ସହ ବିଙ୍ଗ ହ୍ୟୁମାନର ପୁଇଁତଳା ବ୍ଲକ ଶାଖା, ଲୋଇସିଂହା ଶାଖା, ମହିଳା ଶାଖା, ସଦର ବ୍ଲକ ଶାଖା, ଆଗଲପୁର ଶାଖାର ସଦସ୍ୟ ସଦସ୍ୟା ଶତାଧିକ ଭାବରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.