pr

କୋଶଳ ସାହିତ୍ୟ ଏକାଡେମୀ ତରଫରୁ ତରଭାର ବାଟେଘାଟେ କାର୍ଯ୍ୟକ୍ରମ

dr. purohit

ତରଭା, (କେପିଏନ୍‌ଏସ୍‌) : ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କୋଶଳ ରତ୍ନ ପଣ୍ଡିତ ପ୍ରୟାଗ ଦତ୍ତ ଯୋଶୀ ଜୟନ୍ତୀ ସଭା ପ୍ରାରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ଶ୍ୟାମସୁନ୍ଦର ସାହୁଙ୍କ ଦ୍ଵାରା ପ୍ରସ୍ତୁତ କୋଶଳ ବନ୍ଦନା ସମୂହ ଗାନ କରାଯାଇଥିଲା । ଏଥିରେ ସାହିତ୍ୟିକ ନିରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଓ ହାସ୍ୟ କବି ରଞ୍ଜିତ ପଧାନ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଥିବାବେଳେ ବ୍ୟଙ୍ଗ କବି ଅର୍ଜୁନ ସାହୁ, ସାମ୍ବାଦିକ କପିଳାସ ସେଠ ଓ ଭାଷା ସାରଥି କମଳିନୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ପଣ୍ଡିତ ଯୋଶୀଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏକାଡେମୀ ସମ୍ପାଦକ ରାଜେନ୍ଦ୍ର ଝାଙ୍କର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଶଲୀ ଭାଷା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେତୁ ଏକାଡେମୀ ତରଫରୁ ମୁଖ୍ୟ ଅତିଥି ଶ୍ରୀ ପଣ୍ଡାଙ୍କ ଦ୍ଵାରା ହାସ୍ୟ କବି ରଞ୍ଜିତ ପଧାନଙ୍କୁ କୋଶଳ ସଂସ୍କୃତି ସମ୍ମାନ ଓ ଭାଷା ସାରଥି କମଳିନୀ ପଣ୍ଡାଙ୍କୁ କୋଶଳ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥିମାନଙ୍କ ସମେତ ସାହିତ୍ୟିକ ରାଜେଶ ଦଣ୍ଡସେନା, ବୁଦ୍ଧିଜୀବୀ କାନ୍ତାନାଥ ସରାଫ ପ୍ରଭୃତି ପଣ୍ଡିତ ଯୋଶୀଙ୍କ ଜୀବନୀ ଓ ଲେଖନୀ ଉପରେ ବକ୍ତବ୍ୟ ରଖିଥିଲେ । ପରେ ଯୁବକବି ଲିପୁନ ସାହୁ, ତ୍ରିଲୋଚନ ଦଳବେହେରା ଓ ରୋଶନ ସାହୁଙ୍କ ସଂଯୋଜନାରେ ଆୟୋଜିତ ବ୍ୟଙ୍ଗ କବିତା ଆସରରେ ପ୍ରଭାସିନୀ ଭୋଇ, ଦୁଃଶାସନ ବାରିକ, ପୁଷ୍ପାଞ୍ଜଳି ମେହେର, ତପସ୍ଵିନୀ ପଶାୟତ, ସୁଦେଷ୍ଣା ମିଶ୍ର, ନିକିତା ସା, ବଂଶୀଧର ନାଏକ, ଦିଲ୍ଲୀପ ମିଶ୍ର, ସ୍ମୃତିମୟୀ ସାହୁ, ରୀତେଶ ମେହେର, ଉମାବଲ୍ଲଭ ଷଡ଼ଙ୍ଗୀ, ଦୀପାନ୍ୱିତା ମାହାଣା, ଅରୁଣୀ ତ୍ରିପାଠୀ, ନୀଳକାନ୍ତି ପଟ୍ଟନାୟକ, ଗରିବ ମଲ୍ଲିକ, ତପସ୍ଵିନୀ ପଟ୍ଟନାୟକ ଓ ସରିତା ନାଏକଙ୍କ ସମେତ ପ୍ରାୟ ପଚାଶରୁ ଅଧିକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ତରଭାର ବାଟେଘାଟେ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁଁ ବରଗଡ଼ର ଜଟାଧାରୀ ପଧାନ ଓ ଯୁବରାଜ ସାହୁ କଂସ ଦରବାର ଉପସ୍ଥାପନ କରିଥିଲେ । ସେହିପରି ମିନି ନାଏକ, ଏସ୍. ଅର୍ଚ୍ଚନା କୁମ୍ଭାର, ଆଦ୍ୟାଶା ପଟ୍ଟନାୟକ, ରିନି ନାଏକ, ନଟରାଜ ଡେନ୍ସ ଏକାଡେମୀ ସମେତ ପ୍ରାୟ ୧୨ ଜଣ ନୃତ୍ୟଶିଳ୍ପୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଉପ-ସଭାପତି ଲୋକନାଥ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.