ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ସତ୍‌ସଙ୍ଗ୍‌ ବିହାର ପକ୍ଷରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପୁଣ୍ୟ ୧୩୬ତମ ଜନ୍ମ ବର୍ଷିକୀ ସହ ଗଞ୍ଜାମ ସତ୍‌ସଙ୍ଗ୍‌ ବିହାର ପ୍ରଥମ ସ୍ମୃତି ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୋର୍‌ରୁ ଉଷା କୀର୍ତ୍ତନ, ସକାଳ ବିନୀତ ପ୍ରାର୍ଥନା ପରେ ଅପରାହ୍ନରେ ନଗର କୀର୍ତ୍ତନ ବିରାଟ ଶୋଭାଯାତ୍ରାରେ ଗଞ୍ଜାମ ସହର ପରିକ୍ରମା କରିଥିଲେ । ପରେ ସତ୍‌ସଙ୍ଗ୍‌ କେନ୍ଦ୍ରରେ ସନ୍ଧ୍ୟାରେ ସତ୍‌ସଙ୍ଗ୍‌ ଆରମ୍ଭ ହୋଇଥିଲା । ରିତିକ ରବୀନ୍ଦ୍ର ପଟ୍ଟନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଜନ, କୀର୍ତ୍ତନ ଓ ସତ୍‌ସଙ୍ଗ୍‌ ଓ ସଦ୍‌ ଆଲୋଚନା ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏହି ମହୋତ୍ସବରେ ରିତିକ ବିଜୟ ପଣ୍ଡା, ଉପେନ୍ଦ୍ର ସାହୁ, ବି. ପାର୍ଶ୍ୱୟା, ଯାଜକ କର୍ମୀ ଗଜେନ୍ଦ୍ର ତାରାଇ, ଭାସ୍କର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଦାସ, କେ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁଧିଷ୍ଠିର ନନ୍ଦ, ସନ୍ତୋଷ ସାହୁ ସମେତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗଦାଧର ଦାସ, ସାଲୁ, ଜ୍ୟୋତି, ଦେବୁ, ସାନୁ, ସୁମିତ୍ରା, ଭାନୁ, ଅମୁଲ୍ୟ, ବନିତା, ସନ୍ଧ୍ୟା, ସମେତ ଅନ୍ୟମାନେ ସହଯୋଗ କରିଥିଲେ । ଗଞ୍ଜାମ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.