- ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ସମିତି ରାଉରକେଲା
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଆଜି ଉକ୍ତ କେନ୍ଦ୍ର ପରିସରରେ କେନ୍ଦ୍ରର ପରିଚାଲିକା ବରିଷ୍ଠ ଯୋଗ ଶିକ୍ଷୟତ୍ରୀ କୁନ୍ତଳାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରୋହିତ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ହୋମଯଜ୍ଞ ସମସ୍ତଙ୍କ କଲ୍ୟାଣ ନିମନ୍ତେ କରାଯାଇଥଇଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ମାର୍ଗ ଦର୍ଶନରେ ଯୋଗର ଗୁଢ଼ ତତ୍ଵ, ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ । ଯୋଗ ହି ସୁସ୍ଥ ଜୀବନ ଯାପନ କରିବା ସହିତ ପରିବାରରେ ସ୍ୱର୍ଗୀୟ ଆନନ୍ଦ ମିଳିବା ଥାଏ ଓ ମେଡିକାଲ ଖର୍ଚ୍ଚରୁ ମୁକ୍ତି ମିଳିଥାଏ । ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ବରିଷ୍ଠ ଯୋଗ ଶିକ୍ଷକ ବାଲେନ୍ଦୂ ଶେଖର ଦୁବେ ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ ଓ ପରିଚାଳନା କରିଥିଲେ ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ତା ସହିତ ଗୋଟିଏ ନୃତ୍ୟ ନିଜେ ଓ ଅନ୍ୟଟି ସ୍ମିତାଞ୍ଜଳୀଙ୍କ ସହ ପରିବେଷଣ କରିଥିଲେ । ପରିଚାଳିକା କୁନ୍ତଳା ଭଜନ ଗାୟନ କରିଥିଲେ । ଏହି କେନ୍ଦ୍ରର ସମସ୍ତ ସାଧିକା ଓ ମନ୍ଦିର କମିଟି ମିଶି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଏହି କେନ୍ଦ୍ରର ସ୍ମିତଞ୍ଜଳୀ, ମାନସୀ, ମମତା, ଝରଣା, ଲିପି, ଶୁଭସ୍ୱପନା, ସତ୍ୟଭାମା, ମାନା, ସୁଜାତା, ସନ୍ତୋଷିନି, ସତ୍ୟବ୍ରତୀ, ପ୍ରତିଭା ଆଦି ମିଳିତ ଯୋଗ ନୃତ୍ୟ ପରିବେଷଣ କରି ମନ ମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗୀତା ଚୌଧୁରୀ, ବୀଣା ଦେବୀ, ସୁରଚିତା ଭୂୟାଁ, ମମତା ଜେନା, ପୁସ୍ପିତା ସାହୁ, ସେବତୀ ଦିୱେଦି, ସୁଭସ୍ଵପ୍ନା ମହାପାତ୍ର, ସତ୍ୟଭାମା ପାଣିଗ୍ରାହୀ, ପ୍ରତିଭା ମହାପାତ୍ର, ସତ୍ୟବତୀ ମିଶ୍ର, ସ୍ମିତାଞ୍ଜଳି ବେହେରା, ସନ୍ତୋଷିନି ସୁନା, ଏସ ସୁଶୀଳା, ଅଭିଷେକ, ମାନସୀ, ଝରଣା ବେହେରାଙ୍କ ସହିତ ବହୁ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧରା ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।