pr

ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ କିରାଣୀ ବିକାଶ ଷଡଙ୍ଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସିଭିଲକୋର୍ଟ ପରିସରରେ ବଲାଙ୍ଗିର ସିଭିଲକୋର୍ଟର ବରିଷ୍ଠ କିରାଣୀ ବିକାଶ ଷଡଙ୍ଗୀଙ୍କ ଚାକିରୀରୁ ଅବସର ଗ୍ରହଣ କରୁଥିବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ଲୋକନାଥ ମହାପାତ୍ର ଉପସ୍ଥିତ ରହି ବିଦାୟୀ କର୍ମଚାରୀ ଶ୍ରୀ ଷଡଙ୍ଗୀଙ୍କୁ ଉପଢୌକନ ଉପହାର ତଥା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶ୍ରୀ ଷଡଙ୍ଗୀଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ । ଉକ୍ତ କର୍ମଚାରୀ ଶୃଙ୍ଖଳିତ ହୋଇ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ସମସ୍ତ ବରିଷ୍ଠ ତଥା କନିଷ୍ଠ ବିଚାର ବିଭାଗୀୟ ଅଧିକାରୀ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । କର୍ମଚାରୀ ସଂଘ ତରଫରୁ ଜିଲ୍ଲା କୋର୍ଟ ସିରସ୍ତଦାର ଦେବୀ ପ୍ରସାଦ କ୍ଷେତି, ବରିଷ୍ଠ କର୍ମଚାରୀ ସୁଧିର ରଂଜନ ହୋତା ପୁଷ୍ପ ଗୁଚ୍ଛ ଦେଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିରଂଚି ନାରାୟଣ ମିଶ୍ର ଏବଂ ସିଭିଲ ଜଜ ସିନିୟର ଡିଭିଜନ ଜଜ୍‌ ଜ୍ୟେତି ରଂଜନ ଦାଶଙ୍କୁ ସ୍ୱାଗତ ଜଣାଇଥିଲେ । ବରିଷ୍ଠ କର୍ମଚାରୀ ଜ୍ୟୋତି ବେଜ, ସଭାପତି ଶ୍ରୀ ନେପାକ ପ୍ରମୁଖ ସଭାରେ ଉଦ୍‌ବୋଧନ ଦେଇଥିଲେ ଏବଂ ଚାକିରୀ ଜୀବନରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ଷଡଙ୍ଗୀଙ୍କ ଜୀବନର ସୁଖମୟ କାମନା କରିଥିଲେ । ବରିଷ୍ଠ କର୍ମଚାରୀ ଦୁତିଆ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.