oum

୩ଟି ପଞ୍ଚାୟତରେ ରିଲିଫ ବଣ୍ଟନ

jsm

ଗୁରୁଡ଼ିଝାଟିଆ : ବନ୍ୟା ଘେରରେ ଥିବା ଧୁରୁଷିଆ, ଅନନ୍ତପୁର ଓ କଖଡି ପଞ୍ଚାୟତରେ ରିଲିଫ ବଣ୍ଟନ କରାଯାଇଛି । ଲାଇଫହୁଡ ଅଲଟରନେଟିଭ ଓ ଶ୍ରୀ ଶ୍ରୀ ଧବଳେଶ୍ୱର କୃଷକ ଉତ୍ପାଦକ ସଂଘର ମିଳିତ ଆନୁକୂଲ୍ୟରେ କଖଡି ପଞ୍ଚାୟତର ଗୋପିନାଥପଡ଼ା, ଧୁରୁଷିଆ ପଞ୍ଚାୟର ଗୋପାଳପ୍ରସାଦ, ଜେନାପୁର, କେଉଟପଡ଼ା ଓ ଅନନ୍ତପୁର ପଞ୍ଚୟର ଅନନ୍ତପୁର ଆଦିବାସୀ ସାହିରେ ରିଲିଫ ବଣ୍ଟନ କରାଯାଇଛି । ସିଇଓ ଅଜିତ୍‍ ଦାସ, ସଂଯୋଜକ ପ୍ରମୋଦ କୁମାର ସାହୁ, ଧୁରୁଷିଆ ସରପଞ୍ଚଙ୍କ ପ୍ରତିନିଧି ମଙ୍ଗୁଳି ଚରଣ ପାଣି, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ରମାରାଣୀ ଶତପଥି ଓ ପ୍ରଣବାନନ୍ଦ ସେନାପତି, ରଞ୍ଜନ କୁମାର ସେନାପତି, ପ୍ରଭାକର ବେଉରା, ସମିର ରାଉତ, ରମେଶ ଚନ୍ଦ୍ର ନାୟକ ଓ ଧରଣୀଧର ସେନାପତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ରିଲିଫ ବଣ୍ଟନ କରିଥିଲେ ।

Leave A Reply

Your email address will not be published.