ପୁରୀ, (କେପିଏନ୍ଏସ୍) : ସାରା ଓଡିଶାରେ ସମାଜ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ସାରା ଓଡିଶାର ଗରିବ ଦୁଃଖୀମାନଙ୍କ ଦରଦୀ ବନ୍ଧୁ ସାଜିଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ଭାଇଚାରାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଓଡିଶାର ବିଭିନ୍ନ ମନ୍ଦିର ଯେପରି ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରରେ ପହଂଚି ତୀର୍ଥ ଦର୍ଶନରେ ଆସିଥିବା ଓଡିଶା ଏବଂ ଓଡିଶା ବାହାରର ପର୍ୟ୍ୟଟକମାନଙ୍କୁ କରୋନା ସଚେତନତା କରିବା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟର ଚେୟାରମ୍ୟାନ ସଫଦର ହାସିମ ସାହବ ଏହି ଉପଲକ୍ଷେ ସେ ପର୍ୟ୍ୟଟକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପରିଧାନ କରିବାକୁ ବୁଝାଇଥିଲେ । ଏହି କାର୍ୟ୍ୟକ୍ରମରେ କେ. ଭି. ଖାଲିଦ, ଖାତିବ, ବାଙ୍ଗାଲୋରର ମସଜିଦଉର ରାହାମା ବାଙ୍ଗାଲୋର, ହାସନ କୋୟା ବିଏଲଆର୍ ହୀରା ୱେଲ ଫେୟାର ଆସୋସେସନ ବାଙ୍ଗାଲୋର ଏବଂ କେରଳର ଇଲିୟାସ ହମଦନୀ ପ୍ରମୁଖ ଯୋଗ ଦେଇଥିଲେ ।