oom

ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକାଙ୍କୁ ସାନିଟାଇଜର ଓ ମାସ୍କ ବଂଟନ

jsmm

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଓ ଛତ୍ରପୁର ବ୍ଲକରେ ଥିବା ସାମୁଦ୍ରିକ ମତ୍ସଜୀବୀ ଆଧ୍ୟୁସିତ ନୁଆଁ ପୋଡ଼ମପେଟା, ପୁରୁଣା ପୋଡ଼ମପେଟା, ପୋଡ଼ମପେଟା ଓଡ଼ିଆରପି କଲୋନୀ, ଗୋଖରକୁଦା, ପୁରୁଣାବନ୍ଧ, ପାଳିବନ୍ଧ, ବଡ଼ନୋଳିଆ ନୂଆଗାଁ, ସାନ ନୋଳିଆ ନୂଆଗାଁ ଆଦି ୮ ଟି ଗ୍ରାମରେ କାର୍ୟ୍ୟରତ ୨୮ଜଣ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକାଙ୍କୁ ୫୦୦ମିଲି ସାନିଟାଇଜର, ୩ଟି ମାସ୍କ ବଣ୍ଟା ଯାଇଛିବ । ଯେହେତୁ ଉପରୋକ୍ତ କର୍ମୀ ମାନେ ଗର୍ଭବତୀ ଓ ସ୍ତନ୍ୟପେୟୀ ମହିଳା, ଜନ୍ମରୁ ୫ ବର୍ଷ ଯାଏଁ ବୟସର ଛୋଟ ଛୁଆଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଏହା ବଣ୍ଟାଗଲା ଯଦ୍ୱାରା ସେମାନଙ୍କ ଜରିଆରେ କାହାକୁ କୋଭିଡ ୧୯ ସଂକ୍ରମଣ ହେବନାହିଁ କ୍ଷ ସମୁଦ୍ରମ ମତ୍ସ୍ୟଜୀବୀ ମହିଳା ମହାସଂଘର ସମ୍ପାଦିକା ଶ୍ରୀମତୀ ଏମ୍‌. ପାର୍ବତୀ, ପୁରୁଣାବନ୍ଧ ଗ୍ରାମ ସଭାପତି ଶ୍ରୀ ମାଗତା ବେହେରା ଓ ସାନନୋଳିଆ ନୂଆଗାଁର ଗ୍ରାମସଭ୍ୟ, ଏ. କାଲେୟା ଯୋଗଦେଇ ସମସ୍ତଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ ।

ୟୁନାଇଟେଡ଼ ଆର୍ଟିଷ୍ଟସ ଆସୋସିଏସନର ସମ୍ପାଦକ ମଙ୍ଗରାଜ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଆଶା ଓ ଅଙ୍ଗନବାଡି କର୍ମୀମାନେ ସିଧାସଳଖ ଲୋକଙ୍କ ସମ୍ପର୍କରେ ଆସନ୍ତି । ତେଣୁ ସେମାନେ ଜଣେ ଜଣେ କୋଭିଡ ଯୋଦ୍ଧାଭାବେ ନିଜେ ଅନ୍ୟଠାରୁ ଦୂରତ୍ୱ ରଖିବା, ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଆଦି ଅଭ୍ୟାସ କଲେ ଅନ୍ୟମାନେ ତାଙ୍କୁ ଅନୁସରଣ କରିବେ । ତେଣୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ କରୋନା ପ୍ରତିଷେଧକ ସାମଗ୍ରୀ ଦିଆଗଲା । ସେମାନେ ନିଜେ ଅଭ୍ୟାସ କରି ଅନ୍ୟର ମାର୍ଗଦର୍ଶକ ହୁଅନ୍ତୁ ।

jittmm
Leave A Reply

Your email address will not be published.