ବଲାଙ୍ଗିର ବିଜେଡ଼ି ଦଳର ଜନ ସମ୍ପର୍କ ପଦଯାତ୍ରା : ହଜାର ହଜାର ସମର୍ଥକଙ୍କ ସହ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜୁ ଜନତା ଦଳ କ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ସମସ୍ତ କାଉନସିଲରଙ୍କ ସମେତ ହଜାର ହଜାର ବିଜୁ ଜନତାଦଳର କର୍ମକର୍ତ୍ତା ମାନେ ଚିଲ୍ଡଡ୍ରେନ ପାର୍କ ଠାରୁ ପଦଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ବର୍ତ୍ତମାନର ସରକାର ନିଜର ଇସ୍ତାହାରରେ ଲୋକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇତିଲା । ତାହା ଠିକ୍‌ ଭାବରେ ପୂରଣ କରି ନାହିିଁ । ଯାହାର ଜ୍ୱଳନ୍ତ ଉଦାହାରଣ ସୁଭଦ୍ରା ଯୋଜନା । ଏହି ଯୋଜନାରେ କହିଲେ ଗୋଟିଏ ଆଉ କରିଛନ୍ତି ଗୋଟିଏ । ତେଣୁ କରି ବିଜେଡ଼ି ସୁପ୍ରିମୋ ତଥା ପୂର୍ବତମର୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆମେ ସରକାରର ବିଫଳତାର ବାର୍ତ୍ତା ଜନାଦେଶରେ ପ୍ରକାଶ କରିବା ପାଇଁ ଏହି ଜନ ସମ୍ପର୍କ ପଦ ଯାତ୍ରା କରୁଛୁ ବୋଲି ବିଧାୟକ କଳିକେଶ କହିଛନ୍ତି ।

Leave A Reply

Your email address will not be published.