ଅବୈଧ ଗୋରୁ ଚାଲାଣ ରୋକିଲା ବଜରଙ୍ଗ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର୍ ପ୍ରାୟ ୪ଟା ସମୟରେ ଅବୈଧ ଗୋରୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବଲାଙ୍ଗିର ସଦର୍ ଥାନା ଅନ୍ତର୍ଗତ ମାଧିଆପାଲିଠାରେ ଏକ ମାକ୍ସ ପିକ୍‌ଅଫ୍ ଗାଡି( ଓଡି ୦୩ ଏ ୨୭୩୮)ରେ ପ୍ରାୟ, ୮-୯ ଟି ଗାଈ ବାଛୁରି ଚାଲାଣ କରାଯାଉଥିଲା । ସ୍ଥାନୀୟ ଲୋକେ ଜାଣିପାରି ଗୋ-ଚାଲାଣ ଗାଡିକୁ ରାସ୍ତାରେ ଅଟକାଇ ବଜରଙ୍ଗ ଦଳକୁ ଖବର ଦେଇଥିଲେ । ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଗାଡିକୁ ଅଟକାଇ ବଲାଙ୍ଗିର ସଦର୍ ଥାନାକୁ ଅବଗତ କରାଇଥିଲେ । ଏ ସଂକ୍ରାନ୍ତରେ ବଲାଙ୍ଗିର ସଦର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିବା କୁହାଯାଇଛି । ଏହି ସମୟରେ ସୁଯୋଗ ଦେଖି ଗୋ-ଚାଲାଣ ଗାଡି ସମସ୍ତଙ୍କୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି । ବଲାଙ୍ଗିର ସଦର୍ ପୋଲିସ ଫେରାର୍ ଗାଡି ଓ ଅପରାଧୀଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.

error: Content is protected !!