oom

ହରିଶଙ୍କର ଠାରେ ସରପଞ୍ଚ ସଂଘର ବୈଠକ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ବୈଠକ ରବିବାର ହରିଶଙ୍କର ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଲୁହାସିଂହା ସରପଞ୍ଚ ସିମାଞ୍ଚଲ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକର ୨୧ ଟି ପଞ୍ଚାୟତର ସରପଞ୍ଚ ଯୋଗ ଦେଇଥିଲେ । ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂଘର ସଭାପତି ଭାବେ ଲୁହାସିଂହ ସରପଞ୍ଚ ସିମାଞ୍ଚଲ ପୁରୋହିତଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ସମ୍ପାଦକ ମହରାପଦର ସରପଞ୍ଚ ସୁମତି ପଧାନ, ସହ ସମ୍ପାଦକ ବେଟିଖାଇ ସେନ୍ଦ୍ରିଆ, କୋଷାଧ୍ୟକ୍ଷ ଦେବାଶିଷ ସାହୁ, ସକ୍ରିୟ ସଦସ୍ୟ ପଡ଼ିଆବହାଲ ସରପଞ୍ଚ ଦେବରାଜ ବାରିକ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଶେଷରେ ପଞ୍ଚାୟତମାନଙ୍କର ସାମୁହିକ ବିକାଶ ପାଇଁ ସଂଘରେ ଆଲୋଚନା ହୋଇଥିଲା । ଖପ୍ରାଖୋଲ ବ୍ଲକକୁ ଏକ ମଡେଲ ବ୍ଲକ ଭାବେ ପରିଣତ କରିବା ପାଇଁ ସଂଘର ସଦସ୍ୟମାନେ ମତ ରଖିଥିଲେ । ବୈଠକରେ ବ୍ଲକର ୨୧ ଟି ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.