p purohi

ଐତିହାସିକ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

dr. purohit

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଆସନ୍ତା ମେ’ ମାସ ୧୪ରୁ ୧୬ ପର୍ଯ୍ୟନ୍ତ ଐତିହାସିକ ବୈଶାଖୀ ମେଳା ତଥା ନୃସିଂହ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହେବ । ଆଜି ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପରେ ହରିଶଙ୍କର ମେଳା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଉପଖଣ୍ଡର ସମସ୍ତ ଅଧିକାରୀମାନେ ଯୋଗଦେଇ ଉକ୍ତ ମେଳାକୁ କିପରି ସଫଳ କରାଯିବ ସେନେଇ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପାଟଣାଗଡ଼ ଉପଖଣ୍ଡର ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଗ୍ରାମ୍ୟ ଜଳ ଯୋଗାଣ ଏସ୍‌ଡିପିଓ ଗଗନ କିଷାନ, ପୂର୍ତ୍ତ ବିଭାଗର ଏସ୍‌ଡିଓ ଅରୁଣ ପ୍ରକାଶ ଟେଟୋ, ବିଦ୍ୟୁତ ବିଭାଗର ଏସ୍‌ଡିଓ ଦେବଦତ୍ତ ମହାପାତ୍ର ସମେତ ସମସ୍ତ ବିଦ୍ୟୁତ ଅଫିସର ଓ ପାଟଣାଗଡ଼ର ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.