pr

ଆଦିବାସୀ କନ୍ଧାନ କୋଶଲୀ କଳାକାର ସଂଘର ବୈଠକ

dr. purohit

ଟିଟିଲାଗଡ଼, (ଗୌରବ ଦର୍ଜୀ) : ପଶ୍ଚିମ ଓଡ଼ିଶାର ଲୋକ କଳା, ଲୋକଗୀତ, ଲୋକନୃତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ନବ ବର୍ଷରେ ଟିଟିଲାଗଡ଼ ଉପଖଣ୍ଡର ନାରେନ ଗ୍ରାମସ୍ଥିତ ମଠଖାଇଦେବୀଂକ ପୀଠସ୍ଥଳୀରେ କଳାକାର ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସଂସ୍କୃତିପ୍ରେମୀ ଥବିର ପୁଝାରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ରାମଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ମୁଖ୍ୟ ଅତିଥି, ବିରଞ୍ଚି ନାରାୟଣ ଦାଶ,ସଂପାଦକ ନିର୍ଝରିଣୀ, କଣ୍ଟାବାଞ୍ଜୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ହାସ୍ୟକବି ଟିକେଲାଲ ବେହେରା, ଡ.ନାରାୟଣ ମିଶ୍ର, ଯୁଗଳ କିଶୋର ସାହୁ, କଣ୍ଠଶିଳ୍ପୀ ବିବଛ୍ଛ କୁମ୍ଭାର, ଦୀପକ ରଂଜନ ବାଗ, ଢାପ ଗୁରୁ ଶିବ ସିଂ ଭୋଇ, ଶାନ୍ତନୁ ବେହେରା, ହର ମାଝୀ, ପଦ୍ମନ ମାଝୀ, ବିଶାଖା ମାଝୀ, କୌଶଲ୍ୟା ମାଝୀ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ସୁଦର୍ଶନ ଦୀପ କନ୍ଧ ଭାଷା ଓ ସଂସ୍କୃତି ଉପରେ ଗବେଷଣା କରିବା ସହିତ ଢାପ ନୃତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାରୁ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ତାପରେ ଆଦିବାସୀ ଝିଅ ମାନଙ୍କ ଦ୍ଵାରା ଢାପ ନୃତ୍ୟ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ସୁଦର୍ଶନ ଦୀପ ସ୍ୱ।ଗତ ଭାଷଣ ଓ ରାଜେଶ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।ପରବର୍ତ୍ତୀ ବୈଠକ ମୁରିବାହାଲ ଠାରେ ଚଳିତ ମାସ ୧୦ତାରିଖରେ ହେବାକୁ ଘୋଷଣା କରାଯାଇଥିଲା।ସେହି ସଭାରେ ସମସ୍ତେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜୀ, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ହଳଦୀ, ଚାନ୍ଦୋତରା ଆଦି ଅଞ୍ଚଳରୁ ଶତାଧିକ କଳାକାର ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.