
ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ପ୍ରେସ କ୍ଲବ ତରଫରୁ ବ୍ରହ୍ମପୁରା ପୁରୋହିତ ଫାର୍ମଠାରେ ସଭାପତି ସୁଧାକର ଦାଶଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ସଂଘକୁ ଆହୁରି ସୁଦୃଢ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମେ ସଂଘର ସଦସ୍ୟ ପୂର୍ଣ୍ଣ ଶଶି ଶେଖର ରାଓଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ହୋଇଥିବା ଅଭିଯୋଗ ଊପରେ ତର୍ଜମା କରି ଏକ ମାସ ନିଳମ୍ବନ କରାଯାଇଥିଲା । ସେହିପରି ବେଲପଡା ବ୍ଲକ ଉପସଭାପତି ଥିବା ଶ୍ରୀ ରାଓଙ୍କ ସ୍ଥାନରେ ସମ୍ବାଦ ପ୍ରତିନିଧି ଗୋଲାପ ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ବ ପ୍ରଦାନ କରାଯାଇଥିଲା । ସେହିପରି ସଂଘର ସଭାପତି ସୁଧାକର ଦାଶ ବ୍ୟକ୍ତିଗତ କାରଣ ପାଇଁ ଆଜି ନିଜ ପଦବୀ ହସ୍ତାନ୍ତର କରିଥିଲେ । ସଂଘର ଆବାହକ ଅଜିତ ପୁରୋହିତଙ୍କୁ ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ଦାୟିତ୍ବ ପ୍ରଦାନ କରାଯାଇଥିଲା । ସଂଘର ନୀତିନିୟମ ଅନୁଶାସନକୁ ସମ୍ମାନ ଜଣାଇ ସମସ୍ତ ସଦସ୍ୟ କାର୍ଯ୍ୟ କରିବା ସହ ପ୍ରେସ କ୍ଲବକୁ ସୁଦୃଢ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିର ବୈଠକରେ କାର୍ଯ୍ୟକାରୀ ସଭାପତି ବିଜୟାନନ୍ଦ ଦାଶ, ସମ୍ପାଦକ ଆଲୋକ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଦୀପକ ଖମାରୀ, ସହସଂପାଦକ ଅଜିତ ମିଶ୍ର, ବରିଷ୍ଠ ସଦସ୍ୟ ଶିରିଶ ଖମାରୀ, ରୁପେନ୍ଦ୍ର ମୁଣ୍ଡା, ନିରୋଜ ପଟେଲ, ଡୋଲାମଣି ରଣା, ଡୋଲାମଣି ପୁଟେଲ, ସନ୍ତୋଷ ରଣା, ଅବିନାଶ ବିଶ୍ବାଲଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।