oom

ଆମ ପୁଲିସର ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନାଠାରେ ଆମ ପୁଲିସ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୋନାଲ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗିଙ୍କ ଅଧ୍ୟକ୍ଷତା ତଥା ଆମ ପୁଲିସର ମୁଖ୍ୟ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ମାର୍କେଟ, ଗଜପତି ମାର୍କେଟ, ସେକ୍ଟର ୨୦ ମାର୍କେଟ, ହମିରପୁର, ନେହେରୁପଲ୍ଲୀ ଅଞ୍ଚଳର କର୍ମକର୍ତ୍ତା ଗଣ ଏହି ବୈଠକରେ ଯୋଗଦେଇ ଆଗାମୀ ଦୁର୍ଗା ପୂଜାରେ ଶାନ୍ତି ଶୃଙ୍ଖଳା, ସାଇବର କ୍ରାଇମ୍, ନ୍ୟୁଡ ବ୍ଲାକମେଲ, ହେଲମେଟ ବ୍ୟବହାର, ମଦ ପିଇ ଗାଡ଼ି ନଚଳାଇବା, ଆମ ପୁଲିସ ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ ଓ କମିଟିକୁ ସୁବ୍ୟବସ୍ଥିତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଥାନା ପକ୍ଷରୁ ଆଇଆଇସି ସାଇପ୍ରଭା ରାଉତ, ଏସଆଇ ରଞ୍ଜିତ ପ୍ରଧାନ, ଏଏସଆଇ ସୁଷମା ସାହୁ ଓ ବିଶ୍ବନାଥ ସାହୁ, ସୁଜିତ୍ ସ୍ବାଇଁ, ଚିତ୍ତ ରାଉତ, ସନ୍ତୋଷ ସ୍ବାଇଁ, ସଞ୍ଜୟ ଜୈନ, ସନ୍ତୋଷ ରାଉତ, ଶ୍ୟାମସୁନ୍ଦର ସ୍ବାଇଁ, ବିଶ୍ବନାଥ ଦାସ, ଗଣେଶ ଜୟସିଂହ, ନିହାର ଦାସ, ସୁଶାନ୍ତ ସ୍ବାଇଁ, ଲିଳିମା ଜୟସିଂହ, ମନସ୍ବିନୀ ସ୍ବାଇଁ, ସୁରେଶ ସାହୁ, ସୁନିଲ ଜେନା, ମନୋଜ ନାୟକ, କୃଷ୍ଣଚନ୍ଦ୍ର ମିଶ୍ର, ଏମଡି ନୌସାଦ, ବିଶ୍ଵଜିତା ମହାପାତ୍ର, ଇନ୍ଦ୍ରାବଳି ମିସ୍ତ୍ରୀ, ସୁବାସ ଗୁପ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.