om academy

ବିଶ୍ଵ ମାନବ ଚାଲାଣ ବିରୋଧ ଦିବସରେ ସଚେତନତା ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ଓ ଓଡିଶା ସୀମାବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଣୁ ପ୍ରତି ବର୍ଷ ଏହି ଅଂଚଳରୁ କାମ ଓ ରୋଜଗାର ଖୋଜିବା ପାଇଁ ବହୁ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଅଞ୍ଚଳରେ କାର୍ଯ୍ୟାଭାବ ଓ ପ୍ରାୟ ସମୟରେ ମରୁଡି ସ୍ଥିତି ଦେଖା ଦେଉଥିବାରୁ ଲୋକଙ୍କ ଅସୁବିଧା ଓ ସମସ୍ୟାର ଫାଇଦା ଉଠାଇ କିଛି ସର୍ଦାର ଅନ୍ୟ ରାଜ୍ୟର ମିଲ ତଥା ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ପଇସା ନେଇ କମ୍ ପଇସାରେ ପେଟ ପାଟନାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଅନ୍ୟ ଅଞ୍ଚଳକୁ ଚାଲାଣ କରିଥାନ୍ତି । ତେବେ ଦାଦନ ଖଟିବାକୁ ଯାଇ ବିଭିନ୍ନ ପ୍ରତାରଣାର ଶିକାର ହୋଇଥାନ୍ତି ଲୋକେ । ଏଣୁ ଏହି ବିଷୟକୁ ନେଇ ବିଶ୍ଵ ମାନବ ଚାଲାଣ ବିରୋଧ ଦିବସ ଅବସରରେ ଝାରବନ୍ଧ ବ୍ଲକ୍‌ର ବଡ ମହୁଲପାଲି ସ୍ଥାନରେ ଏକ ସଚେତନତା ବୈଠକ ଏଡ୍‌ଏଟ୍ ଆକ୍ସନ ଦ୍ଵାରା ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସ୍କୁଲ ଶିକ୍ଷକ, ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ ମେମ୍ବର ଓ କିଶୋର କିଶୋରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମାନବ ଚାଲାଣ ଓ ଏହାକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋଚନା ହୋଇ ମାନବ ଚାଲାଣ ବନ୍ଦ ପାଇଁ କିପରି ସଚେତନ ହେବା ଓ ନିୟମିତ ମାସିକ ବୈଠକ କରି ମାନବ ଚାଲାଣ ନ ହେବା ପାଇଁ ସୁଦୃଢ଼ ହେବା ପାଇଁ ନିଷ୍ପତ୍ତି ନିଆଯିବା ସହ ସ୍ଥାନୀୟ ପଞ୍ଚାୟତକୁ ଋତୁକାଳୀନ ଛାତ୍ରାବାସ ପାଇଁ ଲିଖିତ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା ।

Leave A Reply

Your email address will not be published.