ରୋଗୀ କଲ୍ୟାଣ ସମିତିର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ଡ଼ାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ସାମାଧାନର ପଦକ୍ଷେପ ନେବାପାଇଁ ଆଲୋଚନା କରାଯାଇଥିଲା । ବିଧାୟକ ଶ୍ରୀ ମେହେର ଡାକ୍ତରଖାନାର ବିଭିନ୍ନ ୱ।ଡ଼ ବୁଲି ଦେଖିବା ସହ ରୋଗୀ ମାନଙ୍କର ଅଭାବ ଅସୁବିଧା ବୁଝିଥିଲେ । ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ଡାକ୍ତରଖାନାର ସମସ୍ତ ଷ୍ଟାଫ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.