centurian jitm

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତ ବିଜୁଳି ବିଭାଗ ଦ୍ୱାରା ଘନ ଘନ ବିଜୁଳି କାଟ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଜଳ ଯୋଗାଣ ଓ ସମୟ ନିର୍ଘଣ୍ଟ ନ ଜଣାଇବାରୁ ଜନସାଧାରଣ ପାନୀୟ ଜଳ ପାଇବାରେ ଅସୁବିଧା ସମ୍ମୁଖିନ ହେଉଛନ୍ତି । ଜନ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଆକର୍ଷଣ କରିବାକୁ ଆଲୋଚନା ହୋଇଥିଲା । ପୌରପାଳିକା ଦ୍ୱାରା ପଡାର ନାଳି ନର୍ଦ୍ଧମାରେ ମଶା ତେଲ ପକାଉ ନ ଥିବାରୁ ମଶାର ପ୍ରାଦ୍ୟୁଭାବ ଦେଖାଦେଇଛି । ଏହି ସଭାରେ ପ୍ରଫେସର ତରୁଣ କୁମାର ମିଶ୍ର, ବାସୁଦେବ ନାଗ, କୃଷ୍ଣ ପ୍ରସାଦ ସିଂ, ଦିବାକର ହୋତା, ନିମାଇଁ ଚରଣ ଦାଶ, ଦେବଜିତ ଯୋଷୀ, ପଂଚାନନ ସେଠ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଆକୁଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.