ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ସମିତିର ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଦଭାବନା ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ସମିତିର ଉପଦେଷ୍ଟା ଗୌତମ କିଶାନ ଯୋଗ ଦେଇଥିଲେ । ଏହି ବୈଠକରେ ସମିତିର ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇ ସର୍ବସମ୍ମିତିକ୍ରମେ ମନୋନୀତ ସତ୍ୟସାଇ ସେବା ସଂଗଠନ, ବାରିପଦାର ଆବାହକ ମାନସ ରଞ୍ଜନ ମହାପାତ୍ର ନୂତନ ସମ୍ପାଦକ ଭାବେ ଶପଥ ନେବା ପରେ ତାଙ୍କୁ ପ୍ରତିଷ୍ଠାତା ସଦସ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇ ଥିଲେ । ଏହାପରେ ସମିତିର ପ୍ରତିଷ୍ଠାତା ବୁଗୁଡେଇଙ୍କ ପାଖରୁ ସମିତିର ସମସ୍ତ ନଥି ପତ୍ର ଓ ରେକର୍ଡ ଶ୍ରୀ ମହାପାତ୍ର ଗ୍ରହଣ କରିଥିଲେ । ପ୍ରଜାପିତା ବ୍ରହ୍ମକୁମାରୀର ଭଉଣୀ ସୁଶ୍ରୀ ଉମା, ସତସଙ୍ଗ ବିହାରର ଭାଇ ବେଣୁଧର ମହାରଣା, ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର ଭାଇ ସନ୍ଦୀପ କୁମାର ଚାନ୍ଦ, ଗାୟତ୍ରୀ ପରିବାରର ଭାଇ ଗଗନ ବିହାରୀ ବେହେରା, ନିଗମାନନ୍ଦ ଆଶ୍ରମର ଭାଇ ମାନସ ରଞ୍ଜନ ଦାଶ, ମୁନି ସମାଜର ଭାଇ ଶିରୀଶ ଚନ୍ଦ୍ର ସାହୁ, ଖାଲଶା ପନ୍ଥର ଭାଇ ସର୍ଦାର ହରଚରଣ ସିଂ, ଇସଲାମ ଶାଖାର ଭାଇ ମଇଉଦ୍ଦିନ, ଖ୍ରୀଷ୍ଟିଆନ ଶାଖାର ଫାଦର ମନୋରଞ୍ଜନ ବେଶ୍ରା ପ୍ରମୁଖ ସମିତିର ସ୍ଥାୟୀ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ । ସଦଭାବନା ସମିତିର ମାସିକ ସନ୍ଥ ଦିବସ ପ୍ରତି ମାସର ପୂର୍ଣ୍ଣିମା ତିଥୀରେ ବାରିପଦା ଗୋପବନ୍ଧୁ ଭବନ ରେ ପାଳିତ ହେବବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ସମିତିର ନୂତନ କଳେବରକୁ ନେଇ ପ୍ରତିଷ୍ଠାତା ଓଡିଶାର ସମସ୍ତ ଜିଲ୍ଲାରେ ଏହି ମାର୍ଗଦର୍ଶନରେ ସଦଭାବନା ସମିତି ପ୍ରତିଷ୍ଠା ହେଉ ବୋଲି ଜିଲ୍ଲାପାଳଙ୍କ ଜରିଆରେ ସମସ୍ତଙ୍କୁ ଅବଗତ କରାଯାଇ ସୂଚନା ଦିଆଯାଇଥିଲା । ଶେଷରେ ସମିତିର ନିମନ୍ତ୍ରିତ ସଦସ୍ୟ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ ।

jittmm
Leave A Reply

Your email address will not be published.