pr

ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ୯ରେ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ମାସ ୯ ତାରିଖ ଦିନ ଦିବା ୯ଟା ସମୟରେ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା ପରିବାର ମୁଖ୍ୟ ପୃଷ୍ଟପୋଷକ ଶଙ୍କର ଜେନା, ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଚଳିତ ବର୍ଷ ଗରିମା ପରିବାରର ରଜ ରାଜକୁମାରୀ ତୃତୀୟ ବର୍ଷରେ ପଦାର୍ପଣ କରିଛି । ଆସନ୍ତା ଜୁନ୍ ମାସ ୯ ତାରିଖ ଦିନ ହେବାକୁ ଥିବା ଅଡିସନ୍‌ରେ ୧୪ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ଝିଅମାନେ ଅଂଶଗ୍ରହଣ କରିପାରିବେ । ରଜ ରାଜକୁମାରୀ ପାଇଁ ବୟସ ସୀମା ୧୪ରୁ ୨୪, ରଜ ସଜବାଜ ପାଇଁ ୧୫ ବର୍ଷରୁ ଅଧିକ, ପୋଡ ପିଠା ପାଇଁ ୨୦ ବର୍ଷରୁ ଅଧିକ ଓ ପୁଚିଖେଳ ପାଇଁ କୌଣସି ବୟସ ସୀମା ଧାର୍ଯ୍ୟ କରାଯାଇନାହିଁ । ଏଥିପାଇଁ ଗତ ମେ ମାସ ୧୦ ତାରିଖରୁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇସାରିଛି । ଏହା ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଡିସନ୍‌ରେ ସ୍ୱତନ୍ତ୍ର ଅତିଥି ଭାବେ ଓଲିଉଡ଼ ଅଭିନେତ୍ରୀ ଶ୍ରେୟା ମହାନ୍ତି ଯୋଗଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ସେହିପରି ଜୁନ୍ ୧୭ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ଦିନ ଓଲିଉଡ଼ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଦେବସ୍ମିତା ମୁଖ୍ୟ ଆକର୍ଷଣ ହେବେ । ସମସ୍ତ ତଥ୍ୟ ଜାଣିବା ପାଇଁ ଅନୁଷ୍ଠାନ ତରଫରୁ ୯୮୬୧୨୮୪୪୮୩ /୭୮୦୯୨୦୬୫୨୬ / ୯୮୬୧୮୯୨୬୭୧ / ୯୭୭୭୭୭୪୭୧୫ / ୭୦୦୮୯୫୬୪୧୦ କିମ୍ବା ୭୯୭୮୦୮୮୮୩୫ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ଡ. ସରିତା ମଲ୍ଲ, ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ, ଲୁସି ଦାଶ, ମୋନାଲିସା ସାହୁ, ମୌସୁମୀ ଆଚାର୍ଯ୍ୟ, ସୁନିତା ଶ୍ରୀନିବାସନ, ମମତା ଦାସ, ମୀନାକ୍ଷୀ ପାଢ଼ୀ, ସସ୍ମିତା ମିଶ୍ର, ସବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.