ଜଳ ଓ ପରିମଳ ବିଭାଗର ନିମ୍ନମାନ କାର୍ଯ୍ୟ ଯୋଗୁଁ ମାସେ ନ ପୁରୁଣୁ ରାସ୍ତାରେ ଜମୁଛି ପାଣି : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ହାଟପଦାଠାରେ ପାଇପ ଫାଟି ଯିବା ଯୋଗୁଁ ପ୍ରଶାସନ ତରଫରୁ ନିମ୍ନମାନ କାର୍ଯ୍ୟ ହୋଇଥିଲା । ଫଳରେ ମାସେ ନ ପୁରି ପାଇପ ଫାଟି ରାସ୍ତାରେ ପାଣି ଜମୁଛି । ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ରାସ୍ତା କାଦୁଅ ହୋଇଥିବା ଅଭିଯୋଗ ହେଉଛି । ଯାହା ଫଳରେ ଜଳ ଓ ପରିମଳ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ମାସେ ପୁରି ପାଇପ ଫାଟି ଲୋକେ ହଇରାଣ ହେଉଛନ୍ତି । ପ୍ରକାଶ ଯେ, ଗତ ମାସ ନବରାତ୍ର ଦୁର୍ଗାପୂଜା ଚାଲିଥିବା ବେଳେ ପାଣି ରାସ୍ତାରେ ଜାମୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଜଳ ଓ ପରିମଳ ବିଭାଗ ତରଫରୁ କାର୍ଯ୍ୟ ଆରମ୍ଭ କରି ନୂତନ ପାଇପ ଲଗାଇ ପାଣି ନିଷ୍କାସନ ବନ୍ଦ ହୋଇଥିଲା । କିନ୍ତୁ ମାସେ ପୁରି ପାଇପ ଫାଟି ପୁଣି ରାସ୍ତାମଝିରେ ପାଣି ଜମା ହୋଇ କାଦୁଅ ପଚପଚ ହେଉଛି । ଉକ୍ତ ରାସ୍ତା ଦେଇ ପ୍ରତି ଦିନ ଶହ ଶହ ଜନସାଧାରଣ ଯିବା ଆସିବା କରୁଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରେ ଜଳ ଓ ପରିମଳ ବିଭାଗର ଏଭଳି ନିମ୍ନକାର୍ଯ୍ୟ ଲୋକେ ନାପସନ୍ଦ କରୁଛନ୍ତି । ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀଙ୍କୁ ପଚାରିବାରୁ କାମ ସମୟରେ ଜେସିପି ଦ୍ୱାରା ଗାତ ଖୋଲିବା ସମୟରେ ଏଭଳି ହୋଇଥିବା କହିଥିଲେ । ଉକ୍ତ ପଞ୍ଚାୟତ ପିଇଓ କାମ କରିବେ ବୋଲି ପ୍ରକାଶ କରିଥିଲେ । ଏଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଉକ୍ତ ଫାଟିଥିବା ପାଇପର ଶୀଘ୍ର ମରାମତି କରିବା ପାଇଁ ସଇଁତଲା ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.