p purohi

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ଡାକ୍ତରଖାନା ଗଲେ ଅସହାୟ ରୋଗୀ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ଅନୁରୋଧ ପରେ ଓଡିଶାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇ ଅସହାୟ ରୋଗୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଛି । ସୂଚନା ଅନୁଯାୟୀ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦୁଇ ଅସହାୟ ରୋଗୀଙ୍କ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମଧ୍ୟ ଦୀର୍ଘ ୬ ମାସ ଧରି କୌଣସି ସହାୟତା ନ ମିଳିବାରୁ ଜୋଖିପାଲି ଗ୍ରାମର ସ୍ୱେଚ୍ଛାସେବୀ ଅଶ୍ୱିନୀ କୁମାର ଦାସ ଏ ବିଷୟରେ ଟ୍ୱିଟର ମାଧ୍ୟମରେ ସହାୟତା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କୁ ଅନୁରୋଧ କରିଥିଲେ । ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଜେନା ଆଜ୍ଞା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ଉକ୍ତ ଅସହାୟ ରୋଗୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯାହା ପ୍ରଭାବରେ ମଙ୍ଗଳବାର ଦିନ ଜୋଖିପାଲି ଗ୍ରାମକୁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଏକ ଡାକ୍ତରୀଦଳ ଆସି ଉକ୍ତ ପରିବାର ମାନଙ୍କୁ ଭେଟିଥିଲେ । ବୁଧବାର ଦିନ ତାଙ୍କର ସ୍ୱତନ୍ତ୍ର ଗାଡ଼ିରେ ମୂତ୍ରାଶୟ ରୋଗରେ ସନ୍ତୋଷ ସାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରେଇବା ପରେ ଉଚ୍ଚତର ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଇଛି ଏବଂ ତୁଷାର ସରାଫକୁ ନିୟମିତ ବ୍ୟବଧାନରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରିବା ପାଇଁ ବ୍ୟବସ୍ଥା କରିବାର ସୂଚନା ରହିଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ ଜେନାଙ୍କ ଏହି ପଦକ୍ଷେପକୁ ବିଜେପୁର ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି ।

nrusinghnath
Leave A Reply

Your email address will not be published.