ବୌଦ୍ଧର ବିଶିଷ୍ଟ ଶିକ୍ଷାବିତ ଶ୍ରୀମତି ଆରତୀ ସାହୁ ଆଉ ନାହାନ୍ତି

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଶ୍ରୀମତି ଆରତୀ ସାହୁ ଆଉ ଇହଜଗତରେ ନାହାନ୍ତି । ୭୪ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀମତି ସାହୁ ତାଙ୍କର ଶିକ୍ଷକତା କାଳ ମଧ୍ୟରେ ଅନେକ ବର୍ଷଧରି ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି ସୁନାମ ଅର୍ଜନ କରିଥିଲେ । ସେହିପରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ବାମଣ୍ଡା ଓ ବୌଦ୍ଧ ସିଟି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । କିଛି ସମୟ ପାଇଁ ସେ ବୌଦ୍ଧ ଶିକ୍ଷା ଜିଲ୍ଲାର ଡି.ଆଇ. ଭାବରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଗତ ୪ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱରରେ ରହୁଥିବା ପୁଅ ପାଖରେ ରହି ଚିକିତ୍ସିତ ହେଉଥିଲେ । ଆଜି ପ୍ରତ୍ୟୁଷ ୪.୩୦ମି. ସମୟରେ ତାଙ୍କର ଦେହାନ୍ତ ହୋଇଅଛି ।

Leave A Reply

Your email address will not be published.