oum

୩୫ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

jsm

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଅନ୍ତର୍ଗତ ଅଣ୍ଡା ଗ୍ରାମରେ ଗତ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୩୫ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୧୦ ତାରିଖ ଦିନ ଶ୍ରୀ ଶ୍ରୀ ଶାଳେଶ୍ୱର ଦେବଙ୍କ ଅଭିଷେକ ସହ ଯଜ୍ଞାନୁବରଣ ଅନୁଷ୍ଠିତ ହୋଇଥିବା ବେଳେ ୧୧ ତାରିଖ ଦିନ ପୂଜାର୍ଚ୍ଚନା ତଥା ଅଙ୍କୁର ବନ୍ଦାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୨ ତାରିଖ ଦିନ ପଣ୍ଡିତ କୁମୁଦ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଚାରକତ୍ୱରେ ଯଜ୍ଞାଙ୍ଗ ବ୍ରାହ୍ମଣ ବରଣ, ଜଳ ବରଣ, କୁମ୍ଭ ସ୍ଥାପନ, ସୂର୍ଯ୍ୟାଗ୍ନି ଗ୍ରହଣ, ସୂର୍ଯ୍ୟ ପୂଜା, ଦେବାଦେବୀଙ୍କୁ ଆବାହନ, ପୂଜନ, ଯଜ୍ଞକୁଣ୍ଡରେ ସୂର୍ଯ୍ୟାଗ୍ନି ସ୍ଥାପନ ଓ ଘୃତାହୂତି ଆରମ୍ଭ ହୋଇଥିଲା । ସେହିପରି ୧୩ ତାରିଖ ଦିନ ଶତରୁଦ୍ରାଭିଷେକ ସହ ସପ୍ତଶତୀ ଚଣ୍ଡୀପାଠରେ ଆହୂତି ପ୍ରଦାନ ହୋଇଥିଲା । ସଂଧ୍ୟାରେ ଗାୟକ ଗୋଦାବରୀ ରଥ ଓ ସାଥୀଙ୍କ ଦ୍ୱାରା ପାଲା ପରିବେଷଣ ହୋଇଥିଲା । ୧୪ ତାରିଖ ମୀନ ସଂକ୍ରାନ୍ତିରେ ଯଜ୍ଞ କ୍ରମାନୁଯାୟୀ ସୂର୍ଯ୍ୟପୂଜାନ୍ତେ ଶାଲାପ୍ରବେଶ ଓ ଶ୍ରୀମଦ୍‌ ଗୀତାପାଠରେ ଆହୂତି ପ୍ରଦାନ କରାଯିବା ସହ ମାଟିତୋଟା ଯୋଗମାୟା ଯୁବକ ସଂଘ ଦ୍ୱାରା ମହାପ୍ରସାଦ ଟଙ୍କପାଣି ବଣ୍ଟନ କରାଯାଇଥିଲା । ଗ୍ରାମବାସୀ, ବେଲପଡ଼ା ଓ ବଡ଼ତୋଟା କୀର୍ତ୍ତନ ପ୍ରେମୀଙ୍କ ଦ୍ୱାରା କୀର୍ତ୍ତନ ପରିବେଷଣ ବେଶ୍‌ ଚିତ୍ତାକର୍ଷକ ରହିଥିଲା । ଅପରାହ୍ନ ୪ଟା ସମୟରେ ଭଗବତ୍‌ ପ୍ରେମୀ ଗଣପତି ସାହୁଙ୍କ ଉପସ୍ଥିତିରେ ବିଶ୍ୱଶାନ୍ତ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ତଥା ଆଖପାଖର ଜନସାଧାରଣ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.