pr

ବିଦ୍ୟାଳୟସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା, ସମ୍ମାନିତ ଅତିଥି ଏବିଇଓ ତଥା ବିଆର୍‌ସିସି ବିଜୟଚନ୍ଦ୍ର ବେହେରା, ପରିଚାଳନା କମିଟି ସଭାପତି ବିଜୟ କୁମାର ଜେନା, ପୁଇଁତୋଲା କ୍ଲଷ୍ଟର ସିଆରସିସି ବିପ୍ର ଚରଣ ସାହୁ, ପାଳିବନ୍ଧ ସିଆରସିସି ସୁରେନ୍ଦ୍ର ସେଠୀ, ରାଜପୁର ସିଆରସିସି ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରଘୁନାଥ ସାହୁ, କୃଷ୍ଣ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଶିକ୍ଷୟତ୍ରୀ ଝୁମିତା ବେହେରା, ପ୍ରମିଳା ଶବର ଓ ସୁଜ୍ଞାନୀ ସାହୁ ସହଯୋଗ କରିଥିଲେ । ଏହି ଅବସରରେ ୭୪ଟି ଚିତ୍ର, ୧୩ ଗଳ୍ପ ଓ ୨୦ଟି କବିତା ସ୍ଥାନ ପାଇଥିଲା । ଯାହାକୁ ନେଇ ବ୍ଲକ ଶିକ୍ଷାଧିକାରୀ ବେହେରା ଖୁସିବ୍ୟକ୍ତ କରି ବିଦ୍ୟାଳୟ ଉନ୍ନତିକରଣ ପାଇଁ ୫୦୦୦ ଟଙ୍କା ଅର୍ଥରାଶି ପ୍ରାଦନ କରିବାକୁ ଘୋଷଣା କରିଛନ୍ତି ।

nrusinghnath
Leave A Reply

Your email address will not be published.