ରାଉରକେଲାଠାରେ ଓଡିଶା ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ

ରାଉରକେଲା : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ରାଉରକେଲା ସହର କୋଏଲନଗର ସ୍ଥିତ ଅବସର ଭବନ, ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କୋଏଲନଗରଠାରେ ଅଭୟ କୁମାର ଦାସ, କବି ଡାକ୍ତର କୃପାସିନ୍ଧୁ ନାୟକ ଓ ସୁମନ ଦତ୍ତ ଅତିଥି ଭାବେ ଯୋଗଦେଇ ଦେଶାତ୍ମକବୋଧ କବିତା ପାଠର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କବୟିତ୍ରୀ ସସ୍ମିତା ପ୍ରଧାନ ସ୍ୱାଗତ କରିଥିବା ବେଳେ ସ୍ୱାଗତ ସଂଗୀତ ଡାକ୍ତର ସୁଶାନ୍ତ ପାଣି ଗାନ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣିଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ୨୩ ଜଣ କବି କବିତା ପାଠ କରିଥିଲେ ।

Leave A Reply

Your email address will not be published.