ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା ଚକ୍ର

ବଲାଙ୍ଗୀର, (ରାଜେଶ ଦଣ୍ଡସେନା) : ବିକାଶ ସମିତି, ଓଡିଶାଙ୍କ ଦକ୍ଷିଣ ପଶ୍ଚିମ ସମ୍ଭାଗ ତରଫରୁ ନୂତନ ଜାତୀୟ ଶିକ୍ଷାନୀତିକୁ ନେଇ ଅନ୍ ଲାଇନ୍ ମାଧ୍ଯମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆଁପଡା ଜିଲ୍ଲାରୁ ମୋଟ ୫୩ ଜଣ ଶିକ୍ଷାବିତ ଯୋଗଦାନ ଦେଇ ନିଜ ନିଜ ମତ ବ୍ଯକ୍ତ କରିଥିଲେ । ଏହି ଅବସରରେ ବିଦ୍ଯା ଭାରତୀ ପୂର୍ବକ୍ଷେତ୍ରର ମନ୍ତ୍ରୀ ଡଃ ସରୋଜ କୁମାର ହାତୀ ମୁଖ୍ଯବକ୍ତା ଭାବେ ଯୋଗଦାନ ଦେଇ ରାଷ୍ଟ୍ରୀୟ ଶିକ୍ଷାନୀତି‐୨୦୨୦ରେ ବିଦ୍ଯାଳୟ ଶିକ୍ଷା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଭାବେ କେ.ଭି କଲେଜ କଣ୍ଟାବାନଜିର ଅଧ୍ଯକ୍ଷ ସତ୍ଯବ୍ରତ ମିଶ୍ର ଯୋଗ ଦେଇ ନୂତନ ଶିକ୍ଷାନୀତି ବିଷୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରାନ୍ତ ବିଦ୍ବତ୍ ପରିଷଦ ସଂଯୋଜକ ରୁଦ୍ର ନାରାୟଣ ବେହେରା ସୂଚନା ପ୍ରଦାନ ସହ ମାର୍ଗ ଦର୍ଶନ କରିଥିବାବେଳେ ଦକ୍ଷିଣ ପଶ୍ଚିମ ସମ୍ଭାଗ ବିଦ୍ବତ ପରିଷଦ ସଦସ୍ୟ ଅମୂଲ୍ଯ କୁମାର ବେହେରା ଅତିଥି ପରିଚୟ ଓ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ । ଏହି ବୈଠକରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ, ସମ୍ଭାଗ ସଂଯୋଜକ ଜ୍ଯୋତି ରଞନ ମିଶ୍ର, ସୁବର୍ଣ୍ଣପୁର ବିଭାଗ ପ୍ରମୁଖ ରାଜକୁମାର ପ୍ରଧାନ, ନୂଆଁପଡା ବିଭାଗ ନିରୀକ୍ଷକ ସୁଶାନ୍ତ ପାଣିଗ୍ରାହୀ, ସୁବର୍ଣ୍ଣପୁର ବିଭାଗ ନିରୀକ୍ଷକ ଗୁପ୍ତେଶ୍ବର ଥନାପତି ଓ ବଲାଙ୍ଗିର ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଦକ୍ଷିଣ ପଶ୍ଚିମ ସମ୍ଭାଗର ସଂପାଦକ ଦୁର୍ଲ୍ଲଭ ଚରଣ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ ଏବଂ ଦକ୍ଷିଣ ପଶ୍ଚିମ ସମ୍ଭାଗ ବିଦ୍ବତ୍ ପରିଷଦ ସଂଯୋଜକ ଯୁବରାଜ କୁଦେଇ ଶାନ୍ତିପାଠ କରି ବୈଠକର ସମାପନ କରିଥିଲେ ।

Leave A Reply

Your email address will not be published.