୧୧ଟି ରାଜ୍ୟର ପ୍ରତିଯୋଗୀଙ୍କ ମଧ୍ୟରେ ବଙ୍ଗୋମୁଣ୍ଡାର ସଂସିତା ତୃତୀୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱାଧୀନତା ଦିବସ ଦିନ ସିନାପାଲିଠାରେ ସର୍ବ ଭାରତୀୟ ଅନଲାଇନ ଦେଶାତ୍ମବୋଧକ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅନଲାଇନ ଡାନ୍ସ ପ୍ରତିଯୋଗିତାରେ ଦେଶର ୧୧ଟି ରାଜ୍ୟର ମୋଟ ୧୮୩ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଡାନ୍ସ ପ୍ରତିଯୋଗିତାର ଫଳାଫଳ ଆଜି ଦିନ ପ୍ରକାଶ ପାଇଛି । ଫଳାଫଳ ପ୍ରକାଶରୁ ଜଣାଗଲା ଯେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସଂସୀତା ପାଣିଗ୍ରାହୀ (୬ବର୍ଷ) ତୃତୀୟ ସ୍ଥାନରେ ସଫଳତା ପାଇଥିବା ଖବର ମିଳିଛି । ଏହି ସଫଳତାରେ ସଂସିତାଙ୍କ ମା’ ରୋଜାଲିନ ଦାଶ, ପିତା ସୌମ୍ୟରଂଜନ ପାଣିଗ୍ରାହୀ, ଅଜା ଭଗବାନ ପାଣିଗ୍ରାହୀ, ଅଜା ରଘୁନାଥ ଦାଶ ସହ ପରିବାରର ସମସ୍ତ ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି । ଜେ.ଏମ.ଜେ. ସ୍କୁଲ କଂଟାବାଂଜିର ଏହି ଜଣକ ଛାତ୍ରୀ କୋଶଲି ଟେଲିଫିଲ୍ମ ରାକ୍ଷୀ ବନ୍ଧନରେ ଶିଶୁ କଳାକାର ଭାବେ ମଧ୍ୟ ଅଭିନୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ଉକ୍ତ ଡାନ୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସିନାପାଲି ବିଡିଓ ସଦାଶିବ ନାୟକ, ଥାନାଧିକାରୀ ଜ୍ୟୋତିରଂଜନ ଗଉଡ ସହ ସିନାପାଲି ରାଜଶ୍ରୀ ପବ୍ଲିକ ହାଇସ୍କୁଲର ଚ୍ୟାରମେନ ରାଜେଶ ଅଗ୍ରୱାଲ ଅତିଥି ଭାବେ ମଂଚାସୀନ ଥିଲେ । ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲ ଦ୍ୱାରା ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

Leave A Reply

Your email address will not be published.