pr

ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା ସଂବନ୍ଧୀୟ ଆଲୋଚନା ଚକ୍ର

dr. purohit

ପୁରୀ, (କେପିଏନ୍‌ଏସ୍‌) : ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ‘ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା’ ସଂପର୍କରେ ଏକ ଆଲୋଚନା ଚକ୍ର ୱେବ୍‌ନାର୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୩ ତାରିଖ ଅପରାହ୍ନ ୩ଟାରୁ ୫ଟା ପର୍ୟ୍ୟନ୍ତ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ମିଶ୍ର ପୌରୋହିତ୍ୟ କରିଥିବା ବେଳେ ଉପାଧ୍ୟକ୍ଷ ଡ. ଶଙ୍କର୍ଷଣ ଦାଶ, ଏନ୍‌ସିସି କମାଣ୍ଡିଂ ଅଫିସର୍‌ ଲେ. କର୍ଣ୍ଣେଲ ସୁଦର୍ଶନ ଯୋଷୀ, ଏନ୍‌ସିସି ପ୍ରଶାସନିକ ଅଧିକାରୀ ଲେ. କର୍ଣ୍ଣେଲ ପ୍ରସନ୍ନ କୁମାର ପଣ୍ଡା, ପୁରୀ ମ୍ୟୁନିସିପାଲିଟିର ମୁଖ୍ୟ ପରାମର୍ଶଦାତା ଜ୍ୟୋତି ପ୍ରକାଶ, ପ୍ରାକ୍ତନ ଅଧ୍ୟକ୍ଷ ଡ. ତପନ କୁମାର କାନୁନ୍‌ଗୋ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବକ୍ତାମାନେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦ୍ୱାରା ପରିବେଶ ପ୍ରଦୂଷଣ ଏବଂ ଏହାର ସଠିକ୍‌ ନିରାକରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ୱେବନାର୍‌ରେ ମହାବିଦ୍ୟାଳୟର ସମସ୍ତ ଏନ୍‌ସିସି ଛାତ୍ରଛାତ୍ରୀଙ୍କ ସହ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଏନ୍‌ସିସି ଅଧିକାରୀ, ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ନୂତନ ଏନ୍‌ସିସି ଅଧିକାରୀ ଡ. ସଂଜୟ କୁମାର ସୁନ୍ଦରାୟଙ୍କ ସଂଯୋଜନାରେ ଏହି କାର୍ୟ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା ।

nrusinghnath
Leave A Reply

Your email address will not be published.