pr

ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

dr. purohit

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ମଙ୍ଗଳବାର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକା ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ କଣ୍ଟାମାଳ ପଞ୍ଚାୟତ କଲେକ ପ୍ରାଧାପକ ସନ୍ତୋଷ କୁମାର ବିଶି ମୂଖ୍ୟ ଆଲୋଚକ ଭାବେ ଯୋଗଦେଇ ଦେଶ ସାଧୀନ ପରେ ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକା ଉପରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ଆଲୋଚକ ଭାବେ ଅବସରପ୍ରାପ୍ତ ଶିକ୍ଷକ କେଶବ କ୍ଷେତୀ ଯୋଗଦେଇ ନେହେରୁଙ୍କ ଦକ୍ଷତା ଓ ଆତ୍ମଜୀବନୀ ଉପରେ ଆଲୋଚନା କରିବା ସହ ତାଙ୍କର ବଳିଷ୍ଠ ଉଦ୍ୟମ ଯୋଗୁଁ ଓଡିଶାର ଦୃତ ପ୍ରଗତି ହୋଇଥିବା ସଂପର୍କରେ କହିଥିଲେ । ସଭାପତି ଶ୍ରୀ ମିଶ୍ର ନେହେରୁଙ୍କୁ ଶାନ୍ତି, ଛାତ୍ରବତ୍ସଳ ଓ ଅହିଂସାର ପ୍ରତୀକ ବୋଲି କହିବା ସହ ସମଗ୍ର ଦେଶରେ ଶିକ୍ଷା, ସମୃଦ୍ଧି ଓ ଶିଳ୍ପର ବିକାଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । କାର୍ୟ୍ୟକ୍ରମକୁ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ଶେଷରେ ସରୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଣ୍ଟାମାଳ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

nrusinghnath
Leave A Reply

Your email address will not be published.