oum

ଜମି ବିବାଦକୁ ନେଇ ଆକ୍ରମଣ : ଜଣେ ଆହତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ବିବାଦକୁ ନେଇ ଏକ ଆକ୍ରମଣ ଘଟଣା ଆଜି ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିର ସାହାଜବାହାଲ୍‌ ଗ୍ରାମରେ ଘଟିଛି ଏହି ଘଟଣା । ଆହତ ଅମ୍ବରିଶ ଯୋଷୀଙ୍କ କହିବା ଅନୁସାରେ ସେ ଆଜି ପୂର୍ବାହ୍ନରେ ନିଜ ଜମିରୁ ଫେରିବା ସମୟରେ ପୂର୍ବରୁ ସେମାନେ ଚାଷ କରୁଥିବା ଜମିରେ ଜୟଦେବ ଯୋଷୀ ଓ ଜୟଦୀପ ଯୋଷୀ ହଳ କରାଉଥିବା ଦେଖିବାକୁ ପାଇଥିଲେ । ମନା କରିବାରୁ ଜୟଦେବ ଓ ଜୟଦୀପ ଅମ୍ବରିଶଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ୍‌ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଓ ଧରିଥିବା ଛତା ଏବଂ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ନୃଶଂସ ଆକ୍ରମଣରେ ଲହୁଲୁହାଣ ହୋଇପଡ଼ିଥିଲେ ଅମ୍ବରିଶ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଏବେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ସଂପର୍କରେ ବନ୍ଧପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଅମ୍ବରିଶ ।

Leave A Reply

Your email address will not be published.