om academy

ଓଡ଼ିଆ ବାର୍ତ୍ତା ସାମ୍ବାଦିକକୁ ସଂଘବଦ୍ଧ ଆକ୍ରମଣ : ସା‌ମ୍ବାଦିକ ମହଲରେ ନି‌ନ୍ଦା

jsm

ଧର୍ମଗଡ଼, (ଭରତ ବିଶି) : ଓଡ଼ିଆ ବାର୍ତ୍ତା ନ୍ୟୁଜ୍ ପୋର୍ଟାଲର କୋକସରା ବ୍ଲକ ପ୍ରତିନିଧି ହିରଣ୍ୟ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସାମ୍ବାଦିକ ଜଣକ କୋକସରା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଶ୍ରୀ ବେହେରା କୋକସରାରୁ ଖବର ସଂଗ୍ରହ କରି ନିଜ ଗାଁ କୁସୁମଖୁଣ୍ଟି ଫେରୁଥିବା ସମୟରେ କୁସୁମଖୁଣ୍ଟି ଛକ ନିକଟରେ କିଛି ଯୁବକ ଗଣ୍ଡଗୋଳ କରୁଥିଲେ । ସେହି ସମୟରେ ସେ ବାରଣ କରିବାରୁ ଏଥିରେ ଉତ୍ୟକ୍ତ ହୋଇ ସେମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ସାମ୍ବାଦିକ ଜଣକ ରକ୍ତାକ୍ତ ହୋଇ ଯାଇଥିଲେ । କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ କୋକସରା ଥାନାକୁ ଆସି ଅଭିଯୋଗ କରିଥିଲେ । କୋକସରା ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ମାଡ଼ ମାରିଥିବା ୩ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ଥିବା ନେଇ ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।

ତେବେ ସାମ୍ବାଦିକ‌ଙ୍କୁ ଏଭଳି ମରଣା‌ନ୍ତକ ଆକ୍ରମଣକୁ ସା‌ମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରାଯାଇଛି । ଦୋଷୀମାନ‌ଙ୍କୁ ଉପଯୁ‌କ୍ତ ଦଣ୍ଡ ଦିଆଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.