jittmm

ଫେରିଲା କରୋନା : ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନାନା ରୋଗରେ ପୀଡ଼ିତ ଥିଲେ । ତେବେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବାହାରିଛନ୍ତି । ଓଡିଶାକୁ କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଛି । ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍‌-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ୍‌ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.