ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ : ୧ ଆହତ, ୨ ମୃତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କାଳିଞ୍ଜିପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଖବର ଅନୁଯାୟୀ ବରଯାତ୍ରୀ ଯାଇ ବାଇକ୍‌ରେ ତିନି ଜଣ ଫେରୁଥିଲେ । ହେଲେ କାଳିଞ୍ଜିପଲ୍ଲୀ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ହିିଁ ମୃତ୍ୟୁ ହୋଇଛି । ବାକି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳିଛି । ମୃତକ ଦୁଇଜଣ ପିଙ୍କୁନୁ ପ୍ରଧାନ ଓ ଗଣେଶ ପ୍ରଧାନ ବୋଲି ଜଣାପଡିଛି । ସେହିପରି ଆହତ ଥିବା ମନୋଜ ପ୍ରଧାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

Leave A Reply

Your email address will not be published.