oom

ଆଇଏଏସ୍‌ ସ୍ତରରେ ବଡଧରଣର ଅଦଳବଦଳ : ଆଇଏଏସ୍‌ ମହାଜନ ମନୋଜ ସତ୍ୟବାନ ହେଲେ ଟିଟିଲାଗଡର ନୂତନ ଉପଜିଲ୍ଲାପାଳ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏନେଇ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି । ବରିଷ୍ଠ ଆଇଏସ୍‌ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର । ମାଲକାନଗିରି ଜିଲ୍ଲାପାଳ ଡ. ୱାଇ.ବିଜୟାଙ୍କ ବଦଳରେ ବିଶାଲ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ସେହିପରି ମୋନିଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଏବଂ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଅଠାବୋଲୀ ସୁନୀଲ ନରଭଣେ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଅନୁପମ ଶାହା ହେଲେ ଓସେପାର ପ୍ରକଳ୍ପ ନିର୍ଦେଶକ ଏବଂ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡିର ପିଡି ଡିଆରଡିଏ, ଅନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ, ମହାଜନ ମନୋଜ ସତ୍ୟବାନଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ପାୱାର ସଚିନ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.