
- ମୋଟ ୨୪୮୪ଟି ମାମଲାର ଫଇସଲା
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ୍ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୧୧୮୭୦ଗୋଟି ମାମଲା ମଧ୍ୟରୁ ୨୪୮୪ଟି ମାମଲାର ଆପୋଷ ବିଚାର ହୋଇ ୨ କୋଟି ୩୪ ଲକ୍ଷ ୪୦ ହଜାର ୮୩୫ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ୱନ୍ଧୀୟ ୮୭୦୬ ଗୋଟି ମାମଲା ମଧ୍ୟରୁ ୨୨୨ଟି ଅଦାଲତରେ ଆପୋଷ ବିଚାର ହୋଇ ମୋଟ ୫୫ ଲକ୍ଷ ୭୧ ହଜାର ୫୧ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି । ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୩୧୬୪ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୧୯ଟି ମଧ୍ୟରୁ ୦୩ଟି, ଏନ୍ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୧୫ଟି ମାମଲା ମଧ୍ୟରୁ ୩୦ଟି, ବ୍ୟାଙ୍କ ଋଣ ଆଦାୟ ସମ୍ବନ୍ଧୀୟ ୯୪ଟିରୁ ୨୭ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୫୦ଟିରୁ ୦୯ଟି, ବୈବାହିକ ସମ୍ୱନ୍ଧୀୟ(ବିବାହ ବିଚ୍ଛେଦକୁ ବାଦ ଦେଇ) ୪୭ଟି ମଧ୍ୟରୁ ୨୦ଟି, ରାଜସ୍ୱ ମାମଲା ୧୭୬୫ ଟିରୁ ୧୪୮୮ଟି , ଅନ୍ୟାନ୍ୟ ଦେୱାନୀ ମାମଲା ୯୮ଟିରୁ ୫୬ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ୬୨୯ଟି ମାମଲାକୁ ମିଶାଇ ମୋଟ ୨୨୬୨ଟି ମାମଲା ଫଇସଲା କରାଯାଇ ମୋଟ ୧ କୋଟି ୭୮ ଲକ୍ଷ ୬୯ ହଜାର ୭୮୪ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଏହି ଦୁଇ ବର୍ଗର ମୋଟ ୧୧୮୭୦ ମାମଲା ମଧ୍ୟରୁ ୨୪୮୪ ଗୋଟି ମାମଲା ଫଇସଲା କରାଯାଇ ମୋଟ ୨,୩୪,୪୦,୮୩୫ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋର୍ଟ ଜଜ ବିରଞ୍ଚି ନାରାୟଣ ମହାନ୍ତି, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ପାତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁମନ କୁମାର ମିଶ୍ର, ସିନିୟର ସିଭିଲ ଜଜ, (ଏଲ୍ଆର୍ଟିଭି.) ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ୍ ନିଶାକର ସାହୁ, ଅତିରିକ୍ତ ସିନିଅର ସିଭିଲ ଜଜ୍ ସୂର୍ଯ୍ୟ ଦାସ, ଦ୍ଵିତୀୟ ଅତିରିକ୍ତ ସିଭିଲ ଜଜ୍ କୈଳାଶ ସାହୁ, ରେଜିଷ୍ଟ୍ରାର ନିହାର ରଞ୍ଜନ ସାହୁ, ଏସ୍ଡିଜେଏମ୍ ଶ୍ରୀମତୀ ଜୁଏଲ ପଟ୍ଟନାୟକ, ଜେଏମ୍ଏଫ୍ସି ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜେଏମ୍ଏଫ୍ସି ଶ୍ରୀପର୍ଣ୍ଣା ପାତ୍ର, ଦୀପାଳି ଦାସଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ତାପସ କୁମାର ଦତ୍ତ, ପ୍ରଦୀପ କୁମାର ଜେନା, ଶ୍ରୀମଥୀ ମାଝୀ, ପ୍ରଣତି ମୁର୍ମୁ ଓ ଜୟଶ୍ରୀ ଦାସ ତଥା ବାରିପଦା ଓକିଲ ସଙ୍ଘର ଅନ୍ୟ ଆଇନଜୀବୀ ଓ ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।