
ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ରାଉରକେଲା ଏବଂ ଲାଠିକଟା ଲାମ୍ପସର ମିଳିତ ଆନୁକୂଲ୍ୟରେ ହନୁମାନ ବାଟିକା ଓ ସରନା ପୂଜାସ୍ଥଳଠାରେ ସ୍ୱଚ୍ଛ ଭାରତ ଅଭିଯାନର ସଂକଳ୍ପରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵଚ୍ଛତା କେବଳ ଗୋଟେ ନିତ୍ୟ ଅଭ୍ୟାସ ନୁହେଁ ମାତ୍ର ସୁସ୍ଥ ଓ ବିକଶିତ ସମାଜର ପରିଚୟ, ଏହା ମଧ୍ୟ ଉତ୍କୃଷ୍ଟ ସେବା ଏହି ଉକ୍ତିକୁ ଉପନିବନ୍ଧକ ସମବାୟ ସମିତି ଉମାଶଙ୍କର ଦାସ, ସେଠାରେ ଉପସ୍ଥିତ କର୍ମଚାରୀମାନଙ୍କୁ କହିଥିଲେ । ଏସମୟରେ ଏଆରସିସି ବିକାଶ ସାମଳ ଓ ଅନ୍ୟ ଲାମ୍ପସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।