ommm
jittmm

ଚା’ ଦୋକାନୀଙ୍କୁ ଠକେଇ ଅଭିଯୋଗ

କଟକ : ଦିବ୍ୟାଙ୍ଗ ଚା’ ଦୋକାନୀଙ୍କୁ ଠକେଇ ଅଭିଯୋଗ । ଦୋକାନ ଡୋର୍‌ରେ ଲାଗିଥିବା ଫୋନ୍ ପେ ସ୍କାନର ଉପରେ ନିଜ ସ୍କାନର ଲଗାଇ ଠକୁଥିଲା ଠକ । କଟକ ସିଆରଆରଆଇ ଥାନା ଅନ୍ତର୍ଗତ ପୋତାପୋଖରୀ, ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । କଟକ ସିଆରଆରଆଇ ଥାନା ଅନ୍ତର୍ଗତ ପୋତାପୋଖରୀ, ନୂଆବଜାର ଅଞ୍ଚଳରେ କାର୍ତ୍ତିକ ମହାନ୍ତି ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଚା’ ଦୋକାନ କରିଛନ୍ତି । ତାଙ୍କ ଦୋକାନ ଡୋର୍‌ରେ ଲାଗିଥିବା ଫୋନ୍ ପେ ସ୍କାନର ଉପରେ କେହି ଦୁର୍ବୃତ୍ତ ନିଜ ସ୍କାନର ଲଗାଇ ଦେଇଥିଲେ । ଫଳରେ ଦୋକାନୀଙ୍କୁ ଗ୍ରାହକ ଦେଉଥିବା ଟଙ୍କା ସବୁ ଠକ ଜଣଙ୍କ ନେଉଥିଲେ । ଏ ବିଷୟରେ ଜାଣିବା ପରେ କାର୍ତ୍ତିକ ସିଆରଆରଆଇ ଥାନାରେ ଅଭିଯୋଗ କରିଛନ୍ତି । ଦୋକାନରେ ଲାଗିଥିବା ସ୍କାନରଟି ଶିବ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି ।

Leave A Reply

Your email address will not be published.