oom

ଆଗଲପୁର ଅଗ୍ନିଶମ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଅଗ୍ନିଶମ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ନେଇ ବିଭାଗୀୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଗତ ୨୦୨୨ ମସିହାରୁ ପୋଲିସ ହାଉସିଂ ବୋର୍ଡ ତରଫରୁ ନୂତନ କ୍ୱାର୍ଟରମାନ ପାଇଁ ଅନୁମୋଦନ ହୋଇଥିବା ବେଳେ ୨ କୋଟିରୁ ଅଧିକ ସରକାରୀ ଅନୁଦାନ ରାଶିରେ ଆରମ୍ଭ ହୋଇଥିଲେ ହେଁ କୌଣସି ସୂଚନା ଫଳକ ନଥିବାରୁ ଜନସାଧାରଣ ତଥା ବିଭାଗୀୟ କର୍ମଚାରୀ କୌଣସି ପ୍ରକାର ତଥ୍ୟ ପାଇ ପାରୁନଥିବା ଅଭିଯୋଗ ହୋଇଛି । ପୁଣି ଅଭିଯୋଗ ଅନୁସାରେ ଉକ୍ତ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ କାନ୍ଥ ଗୁଡିକ ଭଗ୍ନ ଅବସ୍ଥାରେ ଏବଂ କାନ୍ଥ, ଛାତ, ଖମ୍ବ ନିର୍ମାଣ ହେବା ଦିନଠାରୁ ପାଣି ଦିଆଯାଉ ନଥିବାରୁ କମ୍‌ ଦିିନରେ ଭାଙ୍ଗିଯିବାର ଆଶଙ୍କା ବୋଲି ବିଭାଗୀୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ସର୍ବମୋଟ ୬ ଗୋଟି କ୍ୱାର୍ଟର ନିର୍ମାଣ ଚାଲିଛି । କିନ୍ତୁ କାର୍ଯ୍ୟରେ ବିଳମ୍ବିତ ହେତୁ ୧୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୬ ଜଣ ଅଫିସ ଗୃହରେ ଏବଂ ୮ ଜଣ ଆଗଲପୁରରେ ଘର ଭଡାରେ ଅଛନ୍ତି । ଯଦ୍ୱାରା କି ଜରୁରୀକାଳୀନ ସମୟରେ ଉପସ୍ଥିତ ରହିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କର୍ମଚାରୀମାନେ ମତପ୍ରକାଶ କରିଛନ୍ତି । ଏଣୁ ଉକ୍ତ କ୍ୱାର୍ଟର ଗୁଡିକର କାର୍ଯ୍ୟ ଠିକ୍‌ ଭାବେ କରାଯାଇ ଶୀଘ୍ର ଶେଷ କରିବାକୁ ଆଗଲପୁର ଜନସାଧାରଣରେ ଦାବୀ ହେଉଛି । ବିଭାଗୀୟ କର୍ମଚାରୀ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.