ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ଜାରି ରହିଛି । ବାରମ୍ବାର ବିଦ୍ୟୁତ କାଟ୍ ହେଉ ଅବା ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର ହଟାଇବାକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହିପରି ବିଦ୍ୟୁତ ବିଭାଗର ଏକ ଅବହେଳା ଦେଖିବାକୁ ମିଳିଛି କରୁଆଁଝର୍ ପଞ୍ଚାୟତ ଅନ୍ତର୍ଗତ ଟଙ୍କପାଣି ଗାଁରେ। ସୂଚନା ଅନୁସାରେ ଟଙ୍କପାଣି ଗାଁ ପୋଖରୀ ଉପରେ ବିପଦ ସଂଙ୍କୁଳ ଅବସ୍ଥାରେ ୧୧ କେଭି ତାର ଝୁଲି ରହିଛି । କେତେ ବେଳେ ତାର ଛିଣ୍ଡି ପୋଖରୀ ଭିତରେ ପଡିବ କେହି କହିପାରିବେ ନାହିଁ ।କେତେ ଧନ ଜୀବନ କ୍ଷତି ହେବ ସେଥି ପାଇଁ କିଏ ଦାୟୀ ହେବ ? ଗାଁ ଲୋକେ ପୋଖରୀକୁ ଗାଧୋଇ ଯିବା ପାଇଁ ଭୟ କରୁଛନ୍ତି । ହେଲେ ଲାଠୋର ଗ୍ରୀଡ୍‌ରୁ ଯେଉଁ ତାର ଟଙ୍କପାଣି ଗାଁକୁ ଟଣା ଯାଇଛି ସେହି ବିଦ୍ୟୁତ ତାର କାହିଁକି ଆଜି ପର୍ୟ୍ୟନ୍ତ ସଂଯୋଗ ହୋଇପାରିନାହିଁ ତା’ର କାରଣ ଜାଣିବାକୁ ଚାହାନ୍ତି ଗ୍ରାମବାସୀ । ଯଥାଶୀଘ୍ର ଲାଠୋର ଗ୍ରୀଡରୁ ଆସିଥିବା ତାର ସଂଯୋଗ କରାଯାଉ ବୋଲି ଗାଁବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.