ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୌଡ଼କର୍ଲାଖୁଂଟା କ୍ଲଷ୍ଟର ଜକାବାହାଲିର ପ୍ରଧାନ ଶିକ୍ଷକ ତପନ କୁମାର ପଟ୍ଟନାୟକଙ୍କୁ ଆଜି ଅବସରକାଳନୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଭୂତି ଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁ, ସମ୍ମାନୀତ ଅତିଥି ଭାବରେ ସହଗୋଷ୍ଠୀ ଶିକ୍ଷା ନିରୀକ୍ଷକ ଗୋବର୍ଦ୍ଧନ ମାଝୀ, ବେଣୁଧର କୁମାର, ସିଆରସିସି ସୁବୋଧ କୁମାର ଛତ୍ରିଆ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ମନୋଭାବ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟଦକ୍ଷତା ଉପରେ ମତ ରଖିଥିଲେ । ଅବସର ନେବା ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ଶିକ୍ଷକଟିଏ ବୟସର ନିର୍ଦ୍ଧିଷ୍ଠତାରେ ଅବସର ଗ୍ରହଣ କରେ ସିନା, ସାରା ଜୀବନ ସେ ଶିକ୍ଷକର ଭୂମିକା ନିର୍ବାହ କରୁଥାଏ । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର ସାହୁ ଏବଂ ତ୍ରିଲୋଚନ ମହାଖୁଡ଼ଙ୍କ ସମେତ ଏହି କ୍ଲଷ୍ଟର ସମସ୍ତ ଶିକ୍ଷକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.