ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ୱାର୍ଡରେ ଦିଆଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏବେ ବ୍ୟାଙ୍କ ଖାତାକୁ ଦେବେ ବୋଲି କହି ଫେରେଇ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁ ଅସହାୟ, ଦୁର୍ବଳ, ନିରକ୍ଷର, ବୟସ୍କ ମାନେ ବ୍ୟାଙ୍କ ଯାଇ ଟଙ୍କା ଉଠାଣ କରିବାକୁ ଅସମର୍ଥ ଅଟନ୍ତି । ତେଣୁ ଏହି ବାର୍ଦ୍ଧକ୍ୟ ଭତ୍ତାକୁ ନିଜ ପଡା ବା ୱାର୍ଡରେ ପୂର୍ବରୁ ଯେପରି ପାଉଥିଲେ ସେହିପରି ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି । ବରଗଡ଼ ସହର ଓ ଗ୍ରାମାଞ୍ଚଳର ଏନେକ ବୃଦ୍ଧ ବୃଦ୍ଧା ଆମ୍ ଆଦମୀ ପାର୍ଟି ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଥିଲେ । ଏହା ସହ ଦିଲ୍ଲୀ ଭଳି ବାର୍ଦ୍ଧକ୍ୟ ଭତ୍ତାକୁ ୧୫୦୦ ଟଙ୍କା ଦେବାକୁ ଦାବୀ କରିଛନ୍ତି । ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ଯୁବ ସଂଗଠକ ପୋଲୁସ୍ତ ସାହା, ମମତା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.